ପରଲୋକରେ Ctrl+C ଏବଂ Ctrl+Vର ଜନକ

ଓ୍ୱାଶିଂଟନ: ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସମସ୍ତେ ବ୍ୟବହାର କରିଥିବେ। କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡ ବହୁଳ ବ୍ୟବହାର ହୁଏ। ଏହି କି ଓ୍ୱାର୍ଡକୁ ଆବିଷ୍କାର କରିଥିଲେ ସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର। ୭୪ ବର୍ଷ ବୟସରେ ଏବେ ତାଙ୍କର ପରଲୋକ ହୋଇଛି। ଲେରି ଟେସ୍ଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। କାମକୁ ସରଳ କରିବାକୁ […]

Larry Tesler

Subhransu Sekhar
  • Published: Thursday, 20 February 2020
  • , Updated: 20 February 2020, 01:50 PM IST

ଓ୍ୱାଶିଂଟନ: ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସମସ୍ତେ ବ୍ୟବହାର କରିଥିବେ। କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡ ବହୁଳ ବ୍ୟବହାର ହୁଏ। ଏହି କି ଓ୍ୱାର୍ଡକୁ ଆବିଷ୍କାର କରିଥିଲେ ସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର। ୭୪ ବର୍ଷ ବୟସରେ ଏବେ ତାଙ୍କର ପରଲୋକ ହୋଇଛି।

ଲେରି ଟେସ୍ଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। କାମକୁ ସରଳ କରିବାକୁ ଯାଇ Ctrl+C ଏବଂ Ctrl+Vର ଆବିଷ୍କାର କରିଥିଲେ। ନିଜର ଚାକିରୀ କାଳ ଭିତରେ ଲରି ଅଧିକାଂଶ ସମୟ ଜେରକ୍ସ କମ୍ପାନୀରେ କାମ କରିଥିଲେ। ଜେରକ୍ସରେ ଥିବା ବେଳେ Ctrl+C ଏବଂ Ctrl+Vର ଆବିଷ୍କାର କରିଥିଲେ। ଲରିଙ୍କ ମୃତ୍ୟୁରେ ଜେରକ୍ସ କମ୍ପାନୀ ଟୁଇଟ କରି ଶୋକ ପ୍ରକାଶ କରିଛି। Ctrl+C ଏବଂ Ctrl+Vର ଆବିଷ୍କାର ବାବଦରେ ଲରିଙ୍କ ଅବଦାନ ବାବଦରେ ମଧ୍ୟ ଜେରକ୍ସ ଟୁଇଟ୍ କରି କହିଛି।

https://twitter.com/Xerox/status/1230228728992714752

୧୯୪୫ ମସିହାରେ ଲରି ଟେସ୍ଲରଙ୍କର ନ୍ୟୁୟର୍କ ସହରରେ ଜନ୍ମ ଗ୍ରହଣ କରିଥିଲେ। କାଲିଫର୍ଣ୍ଣିଆ ସ୍ଥିତ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ତାଙ୍କର ଡିଗ୍ରୀ କରିଥିଲେ। ଏହାପରେ କମ୍ପ୍ୟୁଟର ବ୍ୟବହାରକୁ ସରଳୀ କରଣ କରିବା ପାଇଁ ସିଷ୍ଟମ ଇଣ୍ଟରଫେସ ଡିଜାଇନରେ ଗବେଷଣା କରିଥିଲେ। ଜେରକ୍ସ ବ୍ୟତୀତ ଆପଲ୍ ଭଳି କମ୍ପାନୀରେ ମଧ୍ୟ ଲରି ଟେସ୍ଲର କାମ କରିଥିଲେ।

Related story