ଜମ୍ମୁ-କଶ୍ମୀରରେ ଅକ୍ଟୋବରରେ ହେବ ନିବେଶକ ସମ୍ମିଳନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ହେବ ନିବେଶକ ସମ୍ମିଳନୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ଏହି ସମ୍ମିଳନୀ ଅକ୍ଟୋବର ୧୪ ଯାଏ ଚାଲୁ ରହିବ। ଜମ୍ମୁ ଆଣ୍ଡ କଶ୍ମୀର ଟ୍ରେଡ୍‌ ପ୍ରମୋସନ୍ ଅର୍ଗାନାଇଜେସନ୍‌ (ଜେକେଟିପିଓ ) ଏହି ସମ୍ମିଳନୀ ଅୟୋଜନ କରିବେ ଏବଂ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀଜ୍‌ (ସିଆଇଆଇ) ଏଥିରେ ଜାତୀୟ ପାର୍ଟନର ରହିବ। ଏହି ସମ୍ମିଳନୀ ଜରିଆରେ ନିବେଶକମାନେ ସରକାରଙ୍କ ପଲିସି, ଭିତ୍ତିଭୂମି, ଏଠାରେ ଉପଲବ୍ଧ ଥିବା ପ୍ରାକୃତିକ […]

kashmir

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 08:45 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ହେବ ନିବେଶକ ସମ୍ମିଳନୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ଏହି ସମ୍ମିଳନୀ ଅକ୍ଟୋବର ୧୪ ଯାଏ ଚାଲୁ ରହିବ। ଜମ୍ମୁ ଆଣ୍ଡ କଶ୍ମୀର ଟ୍ରେଡ୍‌ ପ୍ରମୋସନ୍ ଅର୍ଗାନାଇଜେସନ୍‌ (ଜେକେଟିପିଓ ) ଏହି ସମ୍ମିଳନୀ ଅୟୋଜନ କରିବେ ଏବଂ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀଜ୍‌ (ସିଆଇଆଇ) ଏଥିରେ ଜାତୀୟ ପାର୍ଟନର ରହିବ। ଏହି ସମ୍ମିଳନୀ ଜରିଆରେ ନିବେଶକମାନେ ସରକାରଙ୍କ ପଲିସି, ଭିତ୍ତିଭୂମି, ଏଠାରେ ଉପଲବ୍ଧ ଥିବା ପ୍ରାକୃତିକ ସମ୍ପଦ, କଞ୍ଚାମାଲ ଏବଂ କୁଶଳୀ ଓ ଅଣ କୁଶଳୀ ମାନବ ସମ୍ବଳ ବାବଦରେ ଜାଣିବାକୁ ପାଇବେ।

ଏହା ପ୍ରଶାସନ ଓ ବିଜନେସ୍‌ କମ୍ୟୁନିଟି ଏବଂ ସ୍ଥାନୀୟ ଓ ବାହାରର ବ୍ୟବସାୟିକ ସଂସ୍ଥା ମଧ୍ୟରେ ସମନ୍ୱୟ ସ୍ଥାପନ କରିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ ଜେକେପିଟିଓ ଜାତୀୟ ପାର୍ଟନର, ନଲେଜ୍‌ ପାର୍ଟନର, ମିଡିଆ ପାର୍ଟନର ଏବଂ ଇଭେଣ୍ଟ ପାର୍ଟନର ଆଦି ଯୋଗାଡ଼ କରିବା ଆରମ୍ଭ କରିଛି। ପୂର୍ବରୁ ସିଆଇଆଇ ଏବଂ ଏଫ୍‌ଆଇସିସିଆଇ ପୂର୍ବରୁ ଗୁଜରାଟ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ନ୍ୟାସନାଲ ପାର୍ଟନର ଭାବେ ବ୍ୟବସାୟିକ ପରିବେଶ ତିଆରି କରିପାରିଛନ୍ତି।

Related story