ଇଡି ମାମଲାରେ ଚିଦାମ୍ବରମ୍‌ଙ୍କୁ ସେପ୍ଟେମ୍ବର ୫ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ: ଗୁରୁବାର ମନି ଲଣ୍ଡରିଂ ମାମଲା ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ଇଡି ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଗିରଫ କରିପାରିବ ନାହିଁ ଦର୍ଶାଇ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଜଷ୍ଟିସ୍ ଆର ଭାନୁମତୀ ଏବଂ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଖଣ୍ଡପୀଠ ନିକଟରେ ଆଜି ହାଜର ହୋଇଥିବା ଏହି ପୂର୍ବତନ […]

chidambaram(1)

Subrat Kumar Nayak
  • Published: Thursday, 29 August 2019
  • , Updated: 29 August 2019, 05:21 PM IST

ନୂଆଦିଲ୍ଲୀ: ଗୁରୁବାର ମନି ଲଣ୍ଡରିଂ ମାମଲା ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ଇଡି ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଗିରଫ କରିପାରିବ ନାହିଁ ଦର୍ଶାଇ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଜଷ୍ଟିସ୍ ଆର ଭାନୁମତୀ ଏବଂ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଖଣ୍ଡପୀଠ ନିକଟରେ ଆଜି ହାଜର ହୋଇଥିବା ଏହି ପୂର୍ବତନ ଗୃହ ତଥା ଅର୍ଥ ମନ୍ତ୍ରୀ ସୋମବାର ଯାଏ ସିବିଆଇ ହେପାଜତରେ ଅଛନ୍ତି। ତେବେ ଏହି ବାବଦରେ ଶୁଣାଣି କେବଳ ସିବିଆଇ କୋର୍ଟ କରିବାର ଥିବା ନେଇ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ମନ୍ତବ୍ୟ ପରେ କୋର୍ଟ ଏହି ବିଷୟରେ କିଛି କହିବାକୁ ମନା କରିଥିଲେ।

ଗତ ଅଗଷ୍ଟ ୨୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଆଇଏନ୍ଏକ୍ସ ମିଡିଆ ସମ୍ପର୍କିତ ମନି ଲଣ୍ଡରିଂ ମାମାଲାରେ ଆଗୁଆ ଜାମିନ୍ ଦେବାକୁ ମନା କରିବା ପରେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story