ପେଟ୍ରୋଲ ପମ୍ପ ଗୁଡ଼ିକୁ ବିଏସ ସିକ୍ସ ଇନ୍ଧନ ଯୋଗାଇଲା ଇଣ୍ଡିଆନ ଓଏଲ

ନୂଆଦିଲ୍ଲୀ: ପ୍ରଥମ କମ୍ପାନୀ ଭାବେ ସାରା ଦେଶକୁ ବିଏସ ସିକ୍ସ ଇନ୍ଧନ ଯୋଗାଇଲା ଇଣ୍ଡିଆନ ଓଏଲ। ଏପ୍ରିଲ ଆରମ୍ଭରୁ ସାରା ଦେଶରେ ଲାଗୁ ହେବ ବିଏସ ସିକ୍ସ ନିୟମ। ଏହାର ଦୁଇ ସପ୍ତାହ ପୂର୍ବରୁ କିନ୍ତୁ ଦେଶର ୨୮ ହଜାର ପେଟ୍ରୋଲ ପମ୍ପକୁ ବିଏସ ସିକ୍ସ ତେଲ ବିତରଣ କରିଛି ଦେଶର ସବୁଠାରୁ ବଡ଼ ତୈଳ ସଂସ୍ଥା ଇଣ୍ଡିଆନ୍ ଓଏଲ କର୍ପୋରେସନ। ଏହି ବିଏସ ସିକ୍ସ ତେଲରେ ସବୁଠାରୁ କମ୍ ସଲଫର ରହିଛି। ଏହା ବିଶ୍ୱର ସବୁଠାରୁ […]

INDIAN OIL

Subhransu Sekhar
  • Published: Sunday, 22 March 2020
  • , Updated: 22 March 2020, 06:26 PM IST

ନୂଆଦିଲ୍ଲୀ: ପ୍ରଥମ କମ୍ପାନୀ ଭାବେ ସାରା ଦେଶକୁ ବିଏସ ସିକ୍ସ ଇନ୍ଧନ ଯୋଗାଇଲା ଇଣ୍ଡିଆନ ଓଏଲ। ଏପ୍ରିଲ ଆରମ୍ଭରୁ ସାରା ଦେଶରେ ଲାଗୁ ହେବ ବିଏସ ସିକ୍ସ ନିୟମ। ଏହାର ଦୁଇ ସପ୍ତାହ ପୂର୍ବରୁ କିନ୍ତୁ ଦେଶର ୨୮ ହଜାର ପେଟ୍ରୋଲ ପମ୍ପକୁ ବିଏସ ସିକ୍ସ ତେଲ ବିତରଣ କରିଛି ଦେଶର ସବୁଠାରୁ ବଡ଼ ତୈଳ ସଂସ୍ଥା ଇଣ୍ଡିଆନ୍ ଓଏଲ କର୍ପୋରେସନ। ଏହି ବିଏସ ସିକ୍ସ ତେଲରେ ସବୁଠାରୁ କମ୍ ସଲଫର ରହିଛି। ଏହା ବିଶ୍ୱର ସବୁଠାରୁ ବିଶୋଧିତ ତେଲ। ପ୍ରଦୂଷଣକୁ କମାଇବାକୁ ଲକ୍ଷ୍ୟ ରଖି ବିଏସ ସିକ୍ସ ତେଲ ବଜାରକୁ ଛଡ଼ାଯାଇଛି।

ବିଏସ ସିକ୍ସ ତେଲ ଯୋଗାଇବା ଦେଶ ତାଲିକାରେ ଏବେ ଭାରତ ସାମିଲ୍ ହେବାକୁ ଯାଉଛି। ଇଣ୍ଡିଆନ୍ ଓଏଲ ପରେ ଅନ୍ୟ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଆଗାମୀ ଦିନରେ ବିଏସ ସିକ୍ସ ତେଲ ଗ୍ରାହକଙ୍କୁ ଯୋଗାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତ ହେଉଛି ପ୍ରଥମ ରାଷ୍ଟ୍ର ଯିଏକି ମାତ୍ର ୩ ବର୍ଷରେ ବିଏସ ଫର ଯାନବାହନ ଉପରେ ରୋକ୍ ଲଗାଇ ବିଏସ ସିକ୍ସ ଭର୍ସନର ଯାନବାହାନକୁ ଆପଣାଇବାକୁ ଯାଉଛି।

Related story