ଆସୁଛି ୩ଟି କ୍ୟାମେରା ଥିବା ଫୋନ୍‌: ରହିବ 3D ଲେନ୍ସ

ମୁମ୍ବାଇ: ବଜାରକୁ ଆସୁଛି ୩ଟି କ୍ୟାମେରା ଥିବା ଫୋନ୍‌। ଆଇଫୋନ୍‌ ଆଣୁଛି ଏହି ବ୍ୟବସ୍ଥା। iPhone 9ରେ ତିନୋଟି ରିୟର କ୍ୟାମେରା ଦେବା ପାଇଁ ପ୍ରସ୍ତୁତି କରୁଛି କମ୍ପାନୀ। ତିନୋଟି ରିୟର କ୍ୟାମେରା ସହ ସର୍ବପ୍ରଥମେ Huaweiକମ୍ପାନୀ P20 Pro ଲଞ୍ଚ କରିଥିଲା। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁୟାୟୀ  iPhoneର ତିନି ରିୟର କ୍ୟାମେରାର ମଡେଲ୍‌ ଅଲଗା ହେବ। Huawei P20 Proରେ ତିନୋଟି ସାଧାରଣ କ୍ୟାମେରା ଥିଲା ଯେଉଁଥିରେ ବ୍ଳାକ୍‌ , ହ୍ୱାଇଟ୍‌ ଏବଂ ସ୍ଟାଣ୍ଡାର୍ଡ […]

iphone

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 07:07 PM IST

ମୁମ୍ବାଇ: ବଜାରକୁ ଆସୁଛି ୩ଟି କ୍ୟାମେରା ଥିବା ଫୋନ୍‌। ଆଇଫୋନ୍‌ ଆଣୁଛି ଏହି ବ୍ୟବସ୍ଥା। iPhone 9ରେ ତିନୋଟି ରିୟର କ୍ୟାମେରା ଦେବା ପାଇଁ ପ୍ରସ୍ତୁତି କରୁଛି କମ୍ପାନୀ।

ତିନୋଟି ରିୟର କ୍ୟାମେରା ସହ ସର୍ବପ୍ରଥମେ Huaweiକମ୍ପାନୀ P20 Pro ଲଞ୍ଚ କରିଥିଲା। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁୟାୟୀ  iPhoneର ତିନି ରିୟର କ୍ୟାମେରାର ମଡେଲ୍‌ ଅଲଗା ହେବ। Huawei P20 Proରେ ତିନୋଟି ସାଧାରଣ କ୍ୟାମେରା ଥିଲା ଯେଉଁଥିରେ ବ୍ଳାକ୍‌ , ହ୍ୱାଇଟ୍‌ ଏବଂ ସ୍ଟାଣ୍ଡାର୍ଡ କ୍ୟାମେରା ରହିଥିଲା। କିନ୍ତୁ ଆପଲରେ 3D ଲେନ୍ସ ସହ କ୍ୟାମେରା ରହିବାର ଖବର ଆସିଛି।

୨୦୧୯ ପୂର୍ବରୁ iPhone ଫିଚର୍ସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ।

iPhone ୩ଟି ରିୟର କ୍ୟାମେରା ଦେବା ପଛରେ ଏକ କାରଣ ରହିଛି। କ୍ୟାମେରାରେ ଜୁମ୍‌ ମୋଡକୁ ଆହୁରୀ ଭଲ କରିବା ପାଇଁ ଏହି କ୍ୟାମେରା ରହିବ ବୋଲି କୁହାଯାଉଛି।

Related story