ଆଇପିଏସ୍ ଅଧିକାରୀଙ୍କୁ ଧମକ, ମୁଲାୟମଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଫୋନରେ ଧମକ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଆଇପିଏସ୍ ଅଫିସର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାପା ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ନାଁରେ ଶନିବାର ହଜରତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ୧୯୯୨ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କ ନାଁ ଅମିତାଭ ଠାକୁର। ସେ ଏବେ ଆଇଜି (ସିଭିଲ ଡିଫେନ୍ସ) ଭାବେ ଲକ୍ଷ୍ନୌରେ ଅବସ୍ଥାପିତ ଅଛନ୍ତି।

amitavthakur

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 11:18 AM IST

ଲକ୍ଷ୍ନୌ: ଫୋନରେ ଧମକ ଦେବା ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଆଇପିଏସ୍ ଅଫିସର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାପା ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ନାଁରେ ଶନିବାର ହଜରତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ୧୯୯୨ ବ୍ୟାଚର ଏହି ଆଇପିଏସ୍ ଅଫିସରଙ୍କ ନାଁ ଅମିତାଭ ଠାକୁର। ସେ ଏବେ ଆଇଜି (ସିଭିଲ ଡିଫେନ୍ସ) ଭାବେ ଲକ୍ଷ୍ନୌରେ ଅବସ୍ଥାପିତ ଅଛନ୍ତି।

ଠାକୁର ଅଭିଯୋଗ କରିଛନ୍ତି ଯେ ଗତକାଲି ଅପରାହ୍ନ ୪ଟା ୪୩ ମିନିଟରେ ଏକ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ କହିଥିଲ ଯେ ନେତାଜୀ (ମୁଲାୟମ ସିଂହ ଯାଦବ) ତାଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। ତା’ପରେ ୨ ମିନିଟ୍ ୧୦ ସେକେଣ୍ଡ ଧରି ମୁଲାୟମ ସିଂହ (କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣଙ୍କ ଏହି ପରିଚୟ ଦେଇଥିଲେ) ତାଙ୍କ ସହିତ କଥା ହୋଇଥିଲେ। ସେ ତାଙ୍କୁ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ ଧମକ ଦେଇଥିଲେ। କାର୍ଯ୍ୟ ଓ ବ୍ୟବହାର ଶୈଳୀରେ ପରିବର୍ତ୍ତନ ନଆଣିଲେ ତାଙ୍କୁ ପୁଣି ଥରେ ୨୦୦୬ ମସିହା ଭଳି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚେତାଇ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୦୬ରେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ଯଶରାନାଠାରେ  ଏକ କାର୍ଯ୍ୟକ୍ରମ ବେଳେ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଓ କିଛି କର୍ମୀ ଠାକୁରଙ୍କ ସହିତ ଅସଦାଚରଣ କରିବା ସହିତ ମାଡ଼ପିଟ୍ ମଧ୍ୟ କରିଥିଲେ।

ମୁଲାୟମ ସିଂହ ତାଙ୍କୁ ଧମକ ଦେଇ କହିଥିଲେ ଯେ ତୁମେ ବୋଧ ହୁଏ ଯଶରାନା ଘଟଣା ଭୁଲି ନଥିବ। ତୁମ ସହିତ ପୁଣି ଥରେ ସେହି ଭଳି ଘଟଣା ଘଟିପାରେ।

ଏହା ପୂର୍ବରୁ ଗୁରୁବାର ଦିନ ଠାକୁର ଓ ତାଙ୍କ ପତ୍ନୀ ନୂତନ ଠାକୁର ଉତ୍ତର ପ୍ରଦେଶର ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ନାଁରେ ଏକ ଏଫ୍ଆଇଆର୍ ଦେଇଥିଲେ। ମନ୍ତ୍ରୀ ପ୍ରଭାପତି ଓ ତାଙ୍କର କିଛି ସହଯୋଗୀ ସେମାନଙ୍କୁ ମିଛ ଦୁଷ୍କର୍ମ ମାମଲରେ ପକାଇବା ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ ଠାକୁର ଦମ୍ପତ୍ତି।

Related story