ଭାରତକୁ ଇରାନ୍‌ ଝଟକା: ଫଣ୍ଡିଂ ନ କରିବାରୁ ଛାବାହାର ରେଳ ପ୍ରକଳ୍ପରୁ ନୂଆଦିଲ୍ଲୀ ଡ୍ରପ୍‌

ତେହରାନ୍‌: ଭାରତ ସରକାରଙ୍କ ‘ପଡ଼ୋଶୀ ପ୍ରଥମ’ ନୀତିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ଚାଇନା, ନେପାଳ ପରେ ଏବେ ଇରାନ୍‌ ଭାରତ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍‌ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍‌ କରିଛନ୍ତି। ଭାରତକୁ ଡ୍ରପ୍‌ କରି ଇରାନ୍‌ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଛାବାହାରଠାରୁ ଜାହେଦାନ ଯାଏ ଇରାନ୍‌ ଏକାକୀ […]

y

Hemant Lenka
  • Published: Tuesday, 14 July 2020
  • , Updated: 14 July 2020, 04:43 PM IST

ତେହରାନ୍‌: ଭାରତ ସରକାରଙ୍କ ‘ପଡ଼ୋଶୀ ପ୍ରଥମ’ ନୀତିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ଚାଇନା, ନେପାଳ ପରେ ଏବେ ଇରାନ୍‌ ଭାରତ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତ ସରକାର ଛାବାହାର ରେଳ ପ୍ରକଳ୍ପ ପାଇଁ ଫଣ୍ଡିଂ କରିବାରେ ବିଳମ୍ବ କରିବାରୁ ଇରାନ୍‌ ସରକାର ନୂଆଦିଲ୍ଲୀକୁ ଏହି ପ୍ରକଳ୍ପରୁ ଡ୍ରପ୍‌ କରିଛନ୍ତି।

ଭାରତକୁ ଡ୍ରପ୍‌ କରି ଇରାନ୍‌ ତା’ର କାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଛାବାହାରଠାରୁ ଜାହେଦାନ ଯାଏ ଇରାନ୍‌ ଏକାକୀ ରେଳ ପ୍ରକଳ୍ପ ନିର୍ମାଣ କରିବ। ଏହି ପ୍ରକଳ୍ପ ପାଇଁ ୪ ବର୍ଷ ତଳେ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହୋଇଥିଲା।

ଦି ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ, ଏହି ରେଳ ପ୍ରକଳ୍ପ କାମ ୨୦୨୨ ମାର୍ଚ୍ଚରେ ଶେଷ ହେବ। ଇରାନିଆନ ଡେଭଲପମେଣ୍ଟ ଫଣ୍ଡ ଏଥିପାଇଁ ୪୦୦ ମିଲିୟନ ଡଲାର ମଞ୍ଜୁର ମଧ୍ୟ କରିବ। ତେବେ ଏଥିପାଇଁ ଭାରତ ଠାରୁ କୌଣସି ପ୍ରକାରର ଆର୍ଥିକ ସହାୟତା ଗ୍ରହଣ କରାଯିବ ନାହିଁ।

ଶିଳ୍ପ କାରବାରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ହିଁ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେହରାନ ଗସ୍ତ କରି ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଓ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ ସହ ଏହି ପ୍ରକଳ୍ପ ପାଇଁ ଚୁକ୍ତି କରିଥିଲେ।

ଚୁକ୍ତି ଅନୁଯାୟୀ, ଏହି ରେଳ ପ୍ରକଳ୍ପ ପାଇଁ ଇଣ୍ଡିଆର ରେଲୱେ କନଷ୍ଟ୍ରକସନ୍‌ ଲିଃ (ଆଇଆରସିଓଏନ) ଆର୍ଥିକ ସହାୟତା ଦେବ ବୋଲି କହିଥିଲା। ତେବେ ୪ ବର୍ଷ ମଧ୍ୟରେ ଏହାର କାମ ଆରମ୍ଭ ହୋଇପାରିନାହିଁ।

ଇରାନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିବାରୁ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ କୌଣସି ପ୍ରକାରର ଆର୍ଥିକ ସହାୟତା କରୁ ନଥିବା କୁହାଯାଉଛି।

Related story