ଇରାନରେ କରୋନା ନେଲା ଆଉ ୧୭ ମୁଣ୍ଡ

ତେହରାନ: ଚାଇନା ପରେ ପ୍ରାଣଘାତୀ କରୋନା ଭାଇରସ ଇରାନ ଓ ଇଟାଲୀରେ ଘାତକ ରୂପ ଧାରଣ କରିବାକୁ ବସିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଇରାନରେ ଆଉ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ କରୋନାରେ ଏଯାଏ ୧୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ଭାଇରସରେ ଆକ୍ରାନ୍ତ ହୋଇ ଆଉ ୧୨୩୪ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୋଟ ୪,୭୪୭ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]

e

Hemant Lenka
  • Published: Friday, 06 March 2020
  • , Updated: 06 March 2020, 05:35 PM IST

ତେହରାନ: ଚାଇନା ପରେ ପ୍ରାଣଘାତୀ କରୋନା ଭାଇରସ ଇରାନ ଓ ଇଟାଲୀରେ ଘାତକ ରୂପ ଧାରଣ କରିବାକୁ ବସିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଇରାନରେ ଆଉ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ କରୋନାରେ ଏଯାଏ ୧୨୪ ଜଣଙ୍କ ଜୀବନ ଯାଇଛି।

ସେହିପରି ଏହି ଭାଇରସରେ ଆକ୍ରାନ୍ତ ହୋଇ ଆଉ ୧୨୩୪ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୋଟ ୪,୭୪୭ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାଫ୍ରିଙ୍କ ପରାମର୍ଶଦାତା ମଧ୍ୟ ରହିଛନ୍ତି। କରୋନା ଭାଇରସରେ ଆକ୍ରାନ୍ତ ଲୋକଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ଇରାନ ସରକାର କହିଛନ୍ତି।

ଅନ୍ୟପକ୍ଷରେ ଇଟାଲୀରେ ମଧ୍ୟ କରୋନା ୧୧୦ରୁ ଅଧିକ ଜୀବନ ନେଇ ସାରିଲାଣି। ଏଥିସହ ଏଥିରେ ଆକ୍ରାନ୍ତ ହୋଇ ୪ ହଜାରରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି।

Related story