ବାଗଦାଦ୍: ଇରାକ୍ରେ ସରକାର ବିରୋଧୀ ଆନ୍ଦୋଳନ କ୍ରମେ ତୀବ୍ର ହେବାରେ ଲାଗିଛି। ଏଥିରେ ପ୍ରରୟ ୧୦୦ ଜଣଙ୍କର ଜୀବନ ଯାଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ବୋଲି ଜଣାପଡ଼ିଛି।
ନିଯୁକ୍ତି ଏବଂ ଉନ୍ନତ ମାନର ସେବା ଯୋଗାଇବାରେ ସରକାର ବିଫଳ ହେବାପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଶନିବାର ରାତିରେ ହିଁ ବାଗଦାଦ୍ ଏବଂ ଦକ୍ଷିଣ ଇରାକ ଅଞ୍ଚଳରେ ଏହି ଆନ୍ଦୋଳନ ଜୋର ଧରିଛି। କର୍ତ୍ତୃପକ୍ଷ କିନ୍ତୁ ଏହି ଘଟଣାରେ ନିରବତା ଅବଲମ୍ବନ କରିଛନ୍ତି।
ଏହାପରେ ଜାତିସଂଘ କହିଛି, ୫ ଦିନ ଧରି ଲୋକ ମରୁଥିବାର ଖବର ଆସି ପହଞ୍ଚୁଛି। ଏପରି ମୃତ୍ୟୁ ପାଇଁ କେହି ସମ୍ବେଦନଶୀଳ ଥିବା ମନେ ହେଉନାହିଁ।
ସୂଚନାଯୋଗ୍ୟ ଯେ, ୨ ବର୍ଷ ପୂର୍ବରୁ ଇସ୍ଲାମିକ୍ ଷ୍ଟେଟ୍ର ପରାଜୟ ପରେ ଏହି ଦେଶରେ ରାଜନୀତିକ ଅସ୍ଥିରତା ରହିଛି। ଏହା ପୂର୍ବରୁ ଆମେରିକାର ଇରାକ୍ ଅଭିଯାନ ପରେ ଅର୍ଥାତ ୨୦୦୩ ପରଠାରୁ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି।