ଇରାକକୁ ୨,୦୦୦ ଆଣ୍ଟି-ଟ୍ୟାଙ୍କ୍ ରକେଟ୍ ପଠାଇବ ଆମେରିକା

ୱାଶିଂଟନ୍: ଇରାକରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ମୁକାବିଲା କରିବା ପାଇଁ  ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ୨,୦୦୦ ଏଟି-୪ ଆଣ୍ଟି-ଟ୍ୟାଙ୍କ୍ ରେକଟ୍ ପଠାଇବ। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଷ୍ଟିଭ୍ ୱାରେନ କହିଛନ୍ତି ଯେ, ଆସନ୍ତା ସପ୍ତାହକ ମଧ୍ୟରେ ଏହି ଆଣ୍ଟି ଟ୍ୟାଙ୍କ ରକେଟଗୁଡ଼ିକ ଇରାକରେ ପହଞ୍ଚାଯିବ। ଏହି ୨୦୦୦ ଆଣ୍ଟି-ଟ୍ୟାଙ୍କ ରକେଟ ସହିତ ଆଇଏସର ମୁକାବିଲା ପାଇଁ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବଶୀଘ୍ର ପଠାଯିବ। ଇରାକ ପ୍ରଧାନମନ୍ତ୍ରୀ ହୈଦର ଅଲ-ଆବାଦୀ […]

antitank

Rakesh Mallick
  • Published: Friday, 22 May 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍: ଇରାକରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ମୁକାବିଲା କରିବା ପାଇଁ  ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ୨,୦୦୦ ଏଟି-୪ ଆଣ୍ଟି-ଟ୍ୟାଙ୍କ୍ ରେକଟ୍ ପଠାଇବ। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଷ୍ଟିଭ୍ ୱାରେନ କହିଛନ୍ତି ଯେ, ଆସନ୍ତା ସପ୍ତାହକ ମଧ୍ୟରେ ଏହି ଆଣ୍ଟି ଟ୍ୟାଙ୍କ ରକେଟଗୁଡ଼ିକ ଇରାକରେ ପହଞ୍ଚାଯିବ। ଏହି ୨୦୦୦ ଆଣ୍ଟି-ଟ୍ୟାଙ୍କ ରକେଟ ସହିତ ଆଇଏସର ମୁକାବିଲା ପାଇଁ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଖୁବଶୀଘ୍ର ପଠାଯିବ।

ଇରାକ ପ୍ରଧାନମନ୍ତ୍ରୀ ହୈଦର ଅଲ-ଆବାଦୀ ଗତ ଏପ୍ରିଲରେ ୱାଶିଂଟନ ଗସ୍ତରେ ଯାଇଥିବା ବେଳେ ୨,୦୦୦ ହେଲଫାୟାର ମିସାଇଲ, ୧୦,୦୦୦ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ହେଲମେଟ ଏବଂ ଅନ୍ୟାନ୍ୟ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ସହିତ ବହୁ ଗୋଳାବାରୁଦ ଦେବାକୁ କହିଥିଲେ।

Related story