କ’ଣ କେରଳରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି କି?

ଥିରୁଭନନ୍ତପୁରମ: ମହାମାରୀ କରୋନା ଭାଇରସ କେରଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ସାରିଥିବା ଅନେକ ଆଶଙ୍କା କରିବା ଆରମ୍ଭ କରିଛନ୍ତି। ନିକଟରେ କେରଳରେ ବର୍ଦ୍ଧିତ କରୋନା ରୋଗୀଙ୍କ ସଂଖ୍ୟା ଓ ସେମାନଙ୍କ ସଂକ୍ରମଣର କାରଣ ଜଣା ନପଡ଼ିବାରୁ ଏବେ ଚାରିଆଡ଼େ ଗୋଷ୍ଠୀ ସଂକ୍ରମଣକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। କିଛି ଦିନ ତଳେ କେରଳରେ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିବା କିମ୍ବା ସେମାନେ କୌଣସି […]

yi

Hemant Lenka
  • Published: Monday, 27 April 2020
  • , Updated: 27 April 2020, 04:57 PM IST

ଥିରୁଭନନ୍ତପୁରମ: ମହାମାରୀ କରୋନା ଭାଇରସ କେରଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ସାରିଥିବା ଅନେକ ଆଶଙ୍କା କରିବା ଆରମ୍ଭ କରିଛନ୍ତି। ନିକଟରେ କେରଳରେ ବର୍ଦ୍ଧିତ କରୋନା ରୋଗୀଙ୍କ ସଂଖ୍ୟା ଓ ସେମାନଙ୍କ ସଂକ୍ରମଣର କାରଣ ଜଣା ନପଡ଼ିବାରୁ ଏବେ ଚାରିଆଡ଼େ ଗୋଷ୍ଠୀ ସଂକ୍ରମଣକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

କିଛି ଦିନ ତଳେ କେରଳରେ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିବା କିମ୍ବା ସେମାନେ କୌଣସି ସଂକ୍ରମଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନଥିଲେ। ତଥାପି ସେମାନେ କୋଭିଡ-୧୯ରେ ସଂକ୍ରମଣ ହୋଇଥିଲେ। ଏହି ୨୫ ଜଣଙ୍କ ମଧ୍ୟରୁ କୋଝିକୋଡରେ ଜଣେ ୪ ମାସର ଛୁଆ, ୭୧ ବର୍ଷୀୟ ବ୍ୟକ୍ତି ଓ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ତେବେ ଏମାନେ କେମିତି ସଂକ୍ରମଣ ହେଲେ, ତା’ର କାରଣ ଜଣାପଡ଼ିନାହିଁ। କେରଳର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ସ୍ଥିତି ଉପରେ ସଂପୂର୍ଣ୍ଣ ଭାବେ ନଜର ରଖିଛୁ। ଏଯାଏ ରାଜ୍ୟର କୌଣସି ବି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ପ୍ରମାଣ ମିଳିପାରିନାହିଁ। ଆମେ ହଟସ୍ପଟ ଓ ଅନ୍ୟାନ୍ୟ ପ୍ରାନ୍ତରେ ରାଣ୍ଡମ ଟେଷ୍ଟ କରିବା ପରେ କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିବୁ।”

ଏପ୍ରିଲ ୨୧ ପୂର୍ବରୁ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲା। କରୋନା ସଂକ୍ରମଣ ମ୍ୟାପକୁ ମଧ୍ୟ କେରଳ ପ୍ରଥମ ରାଜ୍ୟ ଭାବେ ନିମ୍ନଗାମୀ ମଧ୍ୟ କରିଥିଲା। ହେଲେ ୨୧ ତାରିଖ ପରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେରଳରେ ଏଯାଏ ୬୬୮ ଜଣ କରୋନା ରୋଗୀ ଥିବା ବେଳେ ୮୭ଟି ସ୍ଥାନକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି।

Related story