ଭୁଆଁ ବୁଲାଉଛନ୍ତି କି ସୁଷମା?

ନୂଆଦିଲ୍ଲୀ: ଇରାକରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କ ମାମଲାରେ ଆଜି ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି କଂଗ୍ରେସ। କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ଆଜି ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଥିଲେ। ତା’ପୂର୍ବରୁ ସେ ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ଏ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସୁଷମା ସ୍ୱରାଜ ଏହି ନିଖୋଜ ଲୋକଙ୍କ ସଂପର୍କରେ ମିଥ୍ୟା ସୂଚନା ଦେଉଛନ୍ତି। ଏହା […]

sushama

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 01:58 PM IST

ନୂଆଦିଲ୍ଲୀ: ଇରାକରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କ ମାମଲାରେ ଆଜି ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି କଂଗ୍ରେସ। କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ଆଜି ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଥିଲେ। ତା’ପୂର୍ବରୁ ସେ ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ୍ କରି ଏ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସୁଷମା ସ୍ୱରାଜ ଏହି ନିଖୋଜ ଲୋକଙ୍କ ସଂପର୍କରେ ମିଥ୍ୟା ସୂଚନା ଦେଉଛନ୍ତି। ଏହା ପ୍ରମାଣିତ ହୋଇସାରିଛି।

ଇରାକର ଯେଉଁ ଜେଲ୍‌ରେ ନିଖୋଜ ୩୯ ଜଣ ଭାରତୀୟ ଅଛନ୍ତି ବୋଲି ସୁଷମା କହୁଛନ୍ତି ତାହାକୁ ଆଇଏସ୍‌ଆଇଏସ୍‌ ଉଡ଼ାଇ ସାରିଛି ବୋଲି ପ୍ରତାପ ଦାବି କରିଛନ୍ତି। ମିଛ କହି ସୁଷମା ଏହି ୩୯ ଭାରତୀୟଙ୍କ ପରିବାର ଲୋକ ଭାବନା ସହିତ ଖେଳୁଛନ୍ତି। ଇରାକରେ ବନ୍ଧକ ବନାଯାଇଥିବା ଏହି ଭାରତୀୟଙ୍କକରେ କୌଣସି ସୂଚନା ମିଳୁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,  ଇରାକରେ ନିଖୋଜ ହୋଇଥିବା ଏହି ଭାରତୀୟମାନେ ବଦୁଶ ଜେଲ୍‌ରେ ଥାଇପାରନ୍ତି ବୋଲି ସୁଷମା ସ୍ୱରାଜ କହିଥିଲେ। ଏହା ହେଉଛି ମୋସୁଲର ଉତ୍ତପଶ୍ଚିମ ଭାଗରେ ଥିବା ଏକ ଗାଁ। ୨୦୧୪ ମସିହାରେ ଏମାନଙ୍କୁ ଅପହରଣ କରାଯାଇଥିଲା।

Related story