'ସେ ଆମ ଟାଇଗର ମମ୍‌, ପ୍ରତି ମିନିଟର ଖବର ରଖୁଥିଲେ'

ମୁମ୍ବାଇ: ଦେଶର ସବୁଠୁ ଧନୀ ଭାବେ ବିବେଚିତ ହେଉଥିବା ମୁକେଶ ଅମ୍ବାନୀଙ୍କ ପିଲାମାନେ ମଧ୍ୟ ସାମାନ୍ୟ ପରିବାର ପରି କଡା ଅନୁଶାସନ ଓ ସଂସ୍କାର ମଧ୍ୟରେ ବଡ଼ ହୋଇଛନ୍ତି l ସେମାନଙ୍କ ପାଇଁ ମା’ ନୀତା ଅମ୍ବାନୀ କଡା ନିୟମ ଲାଗୁ କରୁଥିବା ବେଳେ ପ୍ରତି ମିନିଟର ଖବର ରଖୁଥିଲେ l ଏପରି ଖୁଲାସା କରିଛନ୍ତି ଅମ୍ବାନୀ ପରିବାରର ଲାଡଲି ଈଶା ଅମ୍ବାନୀ l ଏକ ସାକ୍ଷାତକାରରେ ଈଶା କହିଛନ୍ତି, ପିତାମାତାଙ୍କ ବିବାହର ୭ ବର୍ଷ ପରେ […]

Isha-mabani

Niharika Rout
  • Published: Tuesday, 15 June 2021
  • , Updated: 15 June 2021, 02:31 PM IST

ମୁମ୍ବାଇ: ଦେଶର ସବୁଠୁ ଧନୀ ଭାବେ ବିବେଚିତ ହେଉଥିବା ମୁକେଶ ଅମ୍ବାନୀଙ୍କ ପିଲାମାନେ ମଧ୍ୟ ସାମାନ୍ୟ ପରିବାର ପରି କଡା ଅନୁଶାସନ ଓ ସଂସ୍କାର ମଧ୍ୟରେ ବଡ଼ ହୋଇଛନ୍ତି l ସେମାନଙ୍କ ପାଇଁ ମା’ ନୀତା ଅମ୍ବାନୀ କଡା ନିୟମ ଲାଗୁ କରୁଥିବା ବେଳେ ପ୍ରତି ମିନିଟର ଖବର ରଖୁଥିଲେ l ଏପରି ଖୁଲାସା କରିଛନ୍ତି ଅମ୍ବାନୀ ପରିବାରର ଲାଡଲି ଈଶା ଅମ୍ବାନୀ l

ଏକ ସାକ୍ଷାତକାରରେ ଈଶା କହିଛନ୍ତି, ପିତାମାତାଙ୍କ ବିବାହର ୭ ବର୍ଷ ପରେ ଆଇଭିଏଫ ଜରିଆରେ ମୁଁ ଓ ଆକାଶ ଜନ୍ମ ହୋଇଥିଲୁ l ମା ନିଜ ଚାକିରି ଛାଡି ଆମକୁ ଫୁଲ ଟାଇମ ଦେଇଥିଲେ l ଆମକୁ ୫ ବର୍ଷ ହେବା ପରେ ସେ ନିଜ କାମକୁ ଫେରିଥିଲେ l କିନ୍ତୁ ମାଙ୍କ କଡା ନଜର ସବୁବେଳେ ଆମ ଚାରିପାଖରେ ଘୁରିବୁଲେ l ତାଙ୍କ ନଜରରୁ ଦୂରରେ ଥିଲେ ବି ପ୍ରତି ମିନିଟର ଖବର ସେ ରଖିଥାନ୍ତି l

ଈଶା ପ୍ରାୟ ୨ ବର୍ଷ ହେବ ଆନନ୍ଦ ପିରାମିଲଙ୍କୁ ବିବାହ କରି ଖୁସିରେ ଥିବା ବେଳେ ପିଲା ଦିନ କଥା ମନେ ପକାଇ କହିଛନ୍ତି, ମା ଆମ ସହ ବହୁତ କଡ଼ା ଥିଲେ l କେବେ ସ୍କୁଲ ବନ୍ଦ କଲେ ପାପା ହାଲକା ଭାବେ ନେଉଥିବା ବେଳେ ମା କିନ୍ତୁ ସହଜେ ଗ୍ରହଣ କରିପାରୁନଥିଲେ l ଜୀବନରେ କଠିନ ପରିଶ୍ରମ କରିବା ସହ ଠିକ ସମୟରେ ଖାଇବା ଓ ଖେଳିବାକୁ ଗୁରୁତ୍ୱ ଦେଉଥିଲେ ମା l ଏବେବି ସେ ଆମ ଟାଇଗର ମମ୍‌। ମା ଓ ମୋ ମଧ୍ୟରେ କେବେ କିଛି ହାଲକା ଖିଟପିଟ ହେଲେ ପାପାଙ୍କୁ ସମାଧାନ କରିବାକୁ ଆସିବାକୁ ପଡିଥାଏ। ଘରେ ମା ହିଁ କଠୋର ନିୟମ ଲାଗୁ କରୁଥିବା ବେଳେ ଏହାକୁ ସମସ୍ତଙ୍କୁ ମାନିବାକୁ ପଡିଥାଏ l

 

Related story