ସର୍ଜିକାଲ ଷ୍ଟାଇକର ପ୍ରତିଶୋଧ ନେବାକୁ ଆଇଏସଆଇର ମସୁଧା

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟାଇକ୍‌ ପରେ ଆଇଏସଆଇ ହତାଶ ହୋଇଯାଇଛି। ପାକିସ୍ତାନର ଏହି ଗୁଇନ୍ଦା ସଂସ୍ଥା ଯେନତେଣ ପ୍ରକାରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଏଥିପାଇଁ ଆଇଏସ୍‌ଆଇ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦକୁ ଯେମିତି ହେଉ ଭାରତ ଉପରେ ଆକ୍ରମଣ କରି ସର୍ଜିକାଲ ଷ୍ଟାଇକର ପ୍ରତିଶୋଧ ନେବାକୁ କହିଥିବା ଆମ ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ସୂଚନା ମୁତାବକ, ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପୁଣି ଥରେ ଭାରତୀୟ ସଂସଦ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଜାମ୍ମୁ-କାଶ୍ମୀରର ସିଆଇଡି ଖବର ଅନୁଯାୟୀ ୨୦୦୧ରେ ଅଫଜଲ ଗୁରୁ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ଏହି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

ଗୁଇନ୍ଦା ସୂଚନା ଅନୁସାରେ ଯଦି ଆତଙ୍କବାଦୀମାନେ ଭାରତ ସଂସଦ ଉପରେ ଆକ୍ରମଣ କରିବାରେ ବିଫଳ ହୁଅନ୍ତି ତେବେ ଦିଲ୍ଲୀ ସଚିବାଳୟ, ଲୋଟସ୍‌ ଟେମ୍ପୁଲ ଓ ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରିପାରନ୍ତି। ଏଥିରେ ବିଫଳ ହେଲେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଆକ୍ରମଣ କରିବାର ଯୋଜନା କରୁଛନ୍ତି।

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ