ଟ୍ରକ୍‌ରେ ଲଦାହୋଇ ଜେଲ୍‌ ଗଲା ପୃଥୁଳ ଆତଙ୍କବାଦୀ

ମୋସୁଲ୍‌: ପ୍ରାୟ କ୍ୱିଣ୍ଟାଲରୁ ଅଧିକ ଓଜନର ଆତଙ୍କବାଦୀ। ତା’କୁ କାର୍‌ରେ ନେବା ସମ୍ଭବ ନହେବାରୁ ପୁଲିସ୍‌ ଟ୍ରକ୍‌ରେ ଜେଲ୍‌କୁ ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏଭଳି ଲୋକ ଦେଖି କିଛି ଲୋକ କହିବା ଆରମ୍ଭ କଲେଣି ଏ ଆତଙ୍କବାଦୀ ନିଶ୍ଚୟ କୋଉ ବେକେରୀରେ ଲୁଚିଥିବ। ଇରାକ୍‌ର ମୋସୁଲ୍‌ଠାରେ ସ୍ୱାଟ୍‌ ଟିମ୍‌ ଜଣେ ଆଇଏସ୍‌ ଆତଙ୍କବାଦୀକୁ ଏଭଳି ଗିରଫ କରିଛି। ଇସ୍ରାଏଲର ଜେରୁଜେଲମ୍‌ରୁ ପ୍ରକାଶିତ ଏକ ଖବରକାଗଜ ଏଭଳି ଖବର ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ, ଯଦିଓ […]

Terror

Subrat Kumar Nayak
  • Published: Friday, 17 January 2020
  • , Updated: 17 January 2020, 04:38 PM IST

ମୋସୁଲ୍‌: ପ୍ରାୟ କ୍ୱିଣ୍ଟାଲରୁ ଅଧିକ ଓଜନର ଆତଙ୍କବାଦୀ। ତା’କୁ କାର୍‌ରେ ନେବା ସମ୍ଭବ ନହେବାରୁ ପୁଲିସ୍‌ ଟ୍ରକ୍‌ରେ ଜେଲ୍‌କୁ ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏଭଳି ଲୋକ ଦେଖି କିଛି ଲୋକ କହିବା ଆରମ୍ଭ କଲେଣି ଏ ଆତଙ୍କବାଦୀ ନିଶ୍ଚୟ କୋଉ ବେକେରୀରେ ଲୁଚିଥିବ।

ଇରାକ୍‌ର ମୋସୁଲ୍‌ଠାରେ ସ୍ୱାଟ୍‌ ଟିମ୍‌ ଜଣେ ଆଇଏସ୍‌ ଆତଙ୍କବାଦୀକୁ ଏଭଳି ଗିରଫ କରିଛି। ଇସ୍ରାଏଲର ଜେରୁଜେଲମ୍‌ରୁ ପ୍ରକାଶିତ ଏକ ଖବରକାଗଜ ଏଭଳି ଖବର ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ, ଯଦିଓ ଆଇଏସ୍‌ ମୁଖ୍ୟ ଅବୁ ବକର୍‌ ଅଲ ବାଗଦାଦୀର ହତ୍ୟା ସରିଛି ଆଇଏସ୍‌ର ସଂଗଠନ କାଏମ ରହିଛି। ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ୍‌ କହିଥିଲେ, ଆଇଏସ୍‌ ଇରାକରୁ ଆଫଗାନ୍‌ମୁହାଁ ହେଉଛି।

ତେବେ ବର୍ତ୍ତମାନ ଗିରଫ ହୋଇଥିବା ଶିଫା ଅଲ୍‌ ନଇମା ପୂର୍ବରୁ କହିଥିଲା, ଦାସ କରି ରଖିବା, ଦୁଷ୍କର୍ମ, ଅତ୍ୟାଚାର ଏବଂ ଏଖ୍‌ନିକ୍‌ କ୍ଲିନିଜିଂ ଧାର୍ମିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ। ଇରାକ ପୁଲିସ୍‌ କହିଛି, ଆଇଏସ୍‌ର ଶୀର୍ଷ ୪ ଜଣଙ୍କ ମଧ୍ୟରେ ଶିଫା ଅନ୍ୟତମ। ସେ ବିଭିନ୍ନ ବୁଦ୍ଧିଜୀବୀ ଏବଂ ଧର୍ମଗୁରୁଙ୍କ ନାମରେ ଫତ୍‌ୱା ଜାରି କରୁଥିଲା। ପରେ ସେମାନଙ୍କର ହତ୍ୟା କରାଯାଉଥିଲା। ତେବେ ତା’ର ଗିରଫ ହେବା ଆଇଏସ୍‌ ପାଇଁ ବଡ଼ ଝଟ୍‌କା ବୋଲି ବ୍ରିଟିଶ୍‌ ସାମଜିକ କର୍ମୀ ମାଜିଦ୍‌ ନୱାଜ୍‌ କହିଛନ୍ତି। ସେ କହିଛନ୍ତି ଆଜି ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ଦିନ ଏବଂ ଦୁଷ୍ଟଶକ୍ତିଙ୍କ ପାଇଁ ଖରାପ ଦିନ।

Related story