ପରିସ୍ରା ଫୋପାଡ଼ିବା ଅଭିଯୋଗରେ ଅଚିହ୍ନା ଜମାତିଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତବଲିଗି ଜମାତର କର୍ମକର୍ତ୍ତା। ଦିଲ୍ଲୀର ଏକ ହସ୍ପିଟାଲର କ୍ୱାରେଣ୍ଟାଇନ ୱାର୍ଡରେ ଥିବା ଜମାତିମାନେ ବୋତଲରେ ପରିସ୍ରା ରଖି ଏହାକୁ ତଳକୁ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ହସ୍ପିଟାଲର ପଛ ପାଖ ବିଲଡିଂ ନିକଟରୁ ପରିସ୍ରା ବୋତଲ ଠାବ ହେବାରୁ ପୁଲିସ୍‌ ଅଜଣା ଜମାତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ପରିସ୍ରା ଭର୍ତ୍ତି ବୋତଲ ଠାବ ହେବା ପରେ ଉତ୍ତର ଦ୍ୱାରକା ପୁଲିସ୍‌ ଏଫଆଇଆର ରୁଜୁ […]

t

Hemant Lenka
  • Published: Wednesday, 08 April 2020
  • , Updated: 08 April 2020, 04:15 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତବଲିଗି ଜମାତର କର୍ମକର୍ତ୍ତା। ଦିଲ୍ଲୀର ଏକ ହସ୍ପିଟାଲର କ୍ୱାରେଣ୍ଟାଇନ ୱାର୍ଡରେ ଥିବା ଜମାତିମାନେ ବୋତଲରେ ପରିସ୍ରା ରଖି ଏହାକୁ ତଳକୁ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ହସ୍ପିଟାଲର ପଛ ପାଖ ବିଲଡିଂ ନିକଟରୁ ପରିସ୍ରା ବୋତଲ ଠାବ ହେବାରୁ ପୁଲିସ୍‌ ଅଜଣା ଜମାତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ସନ୍ଧ୍ୟା ୬ଟାରେ ପରିସ୍ରା ଭର୍ତ୍ତି ବୋତଲ ଠାବ ହେବା ପରେ ଉତ୍ତର ଦ୍ୱାରକା ପୁଲିସ୍‌ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦ୍ୱାରକାର ସେକ୍ଟର ୧୬ବିର କ୍ୱାରେଣ୍ଟାଇନ ସେଣ୍ଟରର ଅତିରିକ୍ତ ନିର୍ଦ୍ଦେଶକ ଏଫଆଇଆରରେ କହିଛନ୍ତି ଯେ “ପୃଥକବାସରେ ଥିବା ଜମାତ କର୍ମକର୍ତ୍ତାମାନେ ବୋତଲରେ ପରିସ୍ରା ଭର୍ତ୍ତି କରି ଏହାକୁ ଏଣେତେଣେ ଫୋପାଡ଼ିଛନ୍ତି। ଏହାଦ୍ୱାରା ସେମାନେ କରୋନା ସଂକ୍ରମଣକୁ ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି।

ସିଭିଲ ଡିଫେନ୍ସ ପର୍ସନେଲ ଜମାତିମାନେ ପରିସ୍ରା ଭର୍ତ୍ତି ବୋତଲ ଫୋପାଡ଼ିବା ବେଳେ ରେକର୍ଡ ମଧ୍ୟ କରିଛନ୍ତି।” ତେବେ ପୁଲିସ୍‌ ଏଫଆଇଆର ରୁଜୁ କରିଥିଲେ ହେଁ କୌଣସି ଭିଡିଓ ସାର୍ବଜନୀନ କରିନାହିଁ କିମ୍ବା କେଉଁମାନେ ବୋତଲ ଫୋପାଡ଼ିଛନ୍ତି ସେମାନଙ୍କୁ ଚିହ୍ନଟ ମଧ୍ୟ କରିନାହିଁ। ତେଣୁ ଏହାର ସତ୍ୟତା ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

Related story