ଭାରତରେ ନିଜର 'ରାଜ୍ୟ' ଥିବା ଘୋଷଣା କଲା ଆତଙ୍କୀ ସଂଗଠନ ଆଇଏସ୍‌

ଶ୍ରୀନଗର: ଆତଙ୍କୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପ୍ରଥମ ଥର ପାଇଁ ଭାରତରେ ନିଜର ଏକ ରାଜ୍ୟ ବା ପ୍ରଦେଶ ଥିବା ଦାବି କରିଛି। କଶ୍ମୀରରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆଇଏସ୍‌ ସହିତ ଜଡ଼ିତ ଏକ ସଂଗଠନର ଜଣେ ଆତଙ୍କୀ ନିପାତ ହେବା ପରେ ଆଇଏସ୍‌ ଏହି ଘୋଷଣା କରିଛି। ଆଇଏସ୍‌ର ପ୍ରଚାର କରୁଥିବା ଅମାକ୍‌ ନ୍ୟୁଜ୍‌ ଏଜେନ୍ସି ଜରିଆରେ ଏହି ତଥାକଥିତ ନୂଆ ରାଜ୍ୟର ନାମ ଘୋଷଣା କରାଯାଇଛି। ଏହାର ନାଁ […]

is

Subrat Kumar Nayak
  • Published: Saturday, 11 May 2019
  • , Updated: 11 May 2019, 06:28 PM IST

ଶ୍ରୀନଗର: ଆତଙ୍କୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପ୍ରଥମ ଥର ପାଇଁ ଭାରତରେ ନିଜର ଏକ ରାଜ୍ୟ ବା ପ୍ରଦେଶ ଥିବା ଦାବି କରିଛି। କଶ୍ମୀରରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆଇଏସ୍‌ ସହିତ ଜଡ଼ିତ ଏକ ସଂଗଠନର ଜଣେ ଆତଙ୍କୀ ନିପାତ ହେବା ପରେ ଆଇଏସ୍‌ ଏହି ଘୋଷଣା କରିଛି।

ଆଇଏସ୍‌ର ପ୍ରଚାର କରୁଥିବା ଅମାକ୍‌ ନ୍ୟୁଜ୍‌ ଏଜେନ୍ସି ଜରିଆରେ ଏହି ତଥାକଥିତ ନୂଆ ରାଜ୍ୟର ନାମ ଘୋଷଣା କରାଯାଇଛି। ଏହାର ନାଁ ‘ୱିଲାୟା ଅଫ୍‌ ହିନ୍ଦ’ ବୋଲି ଉଲ୍ଲେଖ କରାଯାଇଛି। ଏଥିରେ କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଅହମ୍ମଦ ସୋଫି ନାମକ ଜଣେ ଆତଙ୍କବାଦୀକୁ ଭାରତର ସୁରକ୍ଷାକର୍ମୀ ନିପାତ କରିଥିବା କୁହାଯାଇଛି।

ପୂର୍ବରୁ ଇରାକ୍‌ ଏବଂ ସିରିଆରେ ଏହି ସଂଗଠନ ନିଜର ଦେଶ ବା ‘କ୍ୟାଲିଫେଟ୍‌’ ଘୋଷଣା କରିଥିଲା। ଏହି ଅଞ୍ଚଳର ମାଇଲ ମାଇଲ ଅଞ୍ଚଳକୁ ଆଇଏସ୍‌ ନିଜ ଦଖଲକୁ ମଧ୍ୟ ନେଇଥିଲା।

ଭାରତରେ ନିଜର ରାଜ୍ୟ ଘୋଷଣା କରିଥିବା ଏହି ଆତଙ୍କୀ ସଂଗଠନ କେବଳ ଏକ ଫମ୍ପା ଘୋଷଣା କରିଥିବାବେଳେ ଏହାକୁ ହେୟ ଜ୍ଞାନ ନକରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ କଶ୍ମୀରର ବିଚ୍ଛିନ୍ନତାବାଦୀମାନେ ଦଶନ୍ଧି ଦଶନ୍ଧି ଧରି ଭାରତକୁ ବିରୋଧ କରି ଆସୁଛନ୍ତି, ସେମାନେ ଆଇଏସ୍‌ ଭଳି ମୁସଲିମ୍‌ ଧର୍ମାବଲମ୍ବୀଙ୍କୁ ନେଇ ଏକ ସ୍ଵତନ୍ତ୍ର ରାଜ୍ୟ ବା ସାମ୍ରାଜ୍ୟ ବାବଦରେ କେବେ ଦାବି କରିନଥିଲେ।

Related story