ଆଫଗାନ୍‌ମୁହାଁ ଆଇଏସ୍‌, ଭାରତକୁ ବିପଦ ନେଇ ସତର୍କ କରାଇଲା ଇରାନ୍‌

ତେହରାନ୍‌: ଆମେରିକାର ଚଢ଼ଉରେ ସିରିଆଠାରେ ଆଇଏସ୍‌ ମୁଖ୍ୟ ଅବୁ ବକର୍‌ ଅଲ ବାଗଦାଦିର ହତ୍ୟା ପରେ ଇରାନ୍‌ ବୈଦେଶିକ ମନ୍ତ୍ରୀ ଏହି ସଂଗଠନ ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଏହି ସଂଗଠନ ଆଫଗାନିସ୍ତାନ ମୁହାଁ ହୋଇଛି। ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ କହିଛନ୍ତି, ଆଇଏସ୍‌ ଭାରତ, ପାକିସ୍ତାନ, ରୁଷ୍‌ ଏବଂ ଚାଇନା ପାଇଁ ବିପଦ ସାବ୍ୟସ୍ତ ହେବ। ସେ କହିଥିଲେ, ଏହି ଦେଶମାନେ ଏକାଠି ହୋଇ ଏହି ଆତଙ୍କୀ ସଂଗଠନର […]

javed

Subrat Kumar Nayak
  • Published: Thursday, 14 November 2019
  • , Updated: 14 November 2019, 05:14 PM IST

ତେହରାନ୍‌: ଆମେରିକାର ଚଢ଼ଉରେ ସିରିଆଠାରେ ଆଇଏସ୍‌ ମୁଖ୍ୟ ଅବୁ ବକର୍‌ ଅଲ ବାଗଦାଦିର ହତ୍ୟା ପରେ ଇରାନ୍‌ ବୈଦେଶିକ ମନ୍ତ୍ରୀ ଏହି ସଂଗଠନ ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଏହି ସଂଗଠନ ଆଫଗାନିସ୍ତାନ ମୁହାଁ ହୋଇଛି।

ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ କହିଛନ୍ତି, ଆଇଏସ୍‌ ଭାରତ, ପାକିସ୍ତାନ, ରୁଷ୍‌ ଏବଂ ଚାଇନା ପାଇଁ ବିପଦ ସାବ୍ୟସ୍ତ ହେବ। ସେ କହିଥିଲେ, ଏହି ଦେଶମାନେ ଏକାଠି ହୋଇ ଏହି ଆତଙ୍କୀ ସଂଗଠନର ମୁଳୋତ୍ପାଟନ କରିପାରିବେ।

ଜାଭେଦ୍‌ କହିଛନ୍ତି, “ଆଇଏସ୍‌ର ଉତ୍‌ଥାନ ଭାରତ, ଇରାନ୍‌ ଏବଂ ପାକିସ୍ତାନ ପାଇଁ ସମସ୍ୟା ପାଲଟିବ। ଏହା ବର୍ତ୍ତମାନ ସିରିଆ ଏବଂ ଇରାକ୍‌ରୁ ଆଫଗାନିସ୍ତାନକୁ ଏହାର ବେସ୍‌ ବଦଳାଉଛି। ଆଫଗାନିସ୍ତାନକୁ ଲାଗିଥିବା ଦେଶଗୁଡ଼ିକ ଏହାଦ୍ୱାରା ବିପଦ ମୁଣ୍ଡାଇବେ। ଏହା ଗୋଟିଏ ଦେଶକୁ ନୁହେଁ, ପୁରା ଆଖପାଖ ପୁରା କ୍ଷେତ୍ରକୁ ପ୍ରଭାବିତ କରିବ।”

ସେ କହିଛନ୍ତି, ଏହି ଆତଙ୍କୀ ସଂଗଠନ ତାଜିକ୍‌ସ୍ତାନ ଏବଂ ଉଜ୍‌ବେକିସ୍ତାନରେ ମଧ୍ୟ ସକ୍ରିୟ ରହିଛି। ଏହା ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର। ଇରାନ୍ ଭାରତ ସହ ଏନେଇ ନିୟମିତ ଯୋଗାଯୋଗରେ ଥିବା ସେ କହିଛନ୍ତି। ଆମେରିକା ଆମ ସୁରକ୍ଷା ପାଇଁ ଆସିବ ନାହିଁ ଏବଂ ଏହି ଲଢ଼େଇ ଆମେ ନିଜେ ଲଢ଼ିବା ଉଚିତ ବୋଲି ସେ କହିଛନ୍ତି।

Related story