ମହାକାଶକୁ ଗଲା ଭାରତର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ
ଅମରାବତୀ: ପ୍ରଥମ ଗୁଇନ୍ଦା ଉପଗ୍ରହ କାର୍ଟୋସାଟ୍-୩ର ସଫଳ ଉତ୍କ୍ଷେପଣ ପରେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ ଆର୍ଆଇ-ସାଟ୍- ୨ବିଆର୍୧କୁ ମହାକାଶକୁ ଉତ୍କ୍ଷେପଣ କରିଛି। ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି ଇସ୍ରୋ। ପିଏସ୍ଏଲ୍ଭିର ଏହା ୫୦ତମ ଉତ୍କ୍ଷେପଣ। ଆର୍ଆଇ-ସାଟ୍- ୨ବିଆର୍୧ ସହିତ ନଅଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ମହାକାଶକୁ ଯାଇଛି। ଆର୍ଆଇ-ସାଟ୍- ୨ବିଆର୍୧ ଉପଗ୍ରହର ଓଜନ ୬୨୮ କିଲୋ ରହିଛି।
ISRO launches RISAT-2BR1 and 9 customer satellites by PSLV-C48 from Satish Dhawan Space Centre (SDSC) SHAR, Sriharikota; RISAT-2BR1 is a radar imaging earth observation satellite weighing about 628 kg. pic.twitter.com/nc50lOf2Wy
— ANI (@ANI) December 11, 2019
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀସ୍ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ ଆର୍ଆଇ-ସାଟ୍- ୨ବିଆର୍୧ର ଉତକ୍ଷେପଣ ହୋଇଛି। ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍ଆଇ-ସାଟ୍- ୨ବିଆର୍୧ ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ନଭେମ୍ୱର ୨୭ରେ ଇସ୍ରୋ କାର୍ଟୋସାଟ୍-୩ ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ଉପଗ୍ରହ ପଡୋଶୀ ଦେଶର ଗତିବିଧି ଏବଂ ସୀମାରେ ଅନୁପ୍ରବେଶକାରୀଙ୍କ ବାବଦରେ ଭାରତୀୟ ସେନାକୁ ସୂଚନା ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।