ପୁଣି ଇତିହାସ ରଚିଲା ଇସ୍ରୋ, ମହାକାଶକୁ ପଠାଇଲା ଏହି ଉପଗ୍ରହ

ନୂଆଦିଲ୍ଲୀ: ପୁଣିଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଗୁରୁବାର PSLV-C50 ମାଧ୍ୟମରେ ଇସ୍ରୋ କମ୍ୟୁନିକେସ ସ୍ୟାଟେଲାଇଟ CMS-01ର ଉତକ୍ଷେପଣ କରିଛି। ମହମାରୀ କରୋନା ସମୟରେ ଚଳିତ ବର୍ଷ ଇସ୍ରୋର ଏହା ଦ୍ୱିତୀୟ ମହାକାଶ ମିଶନ। ଆଜି ଅପରାହ୍ନ ଠିକ୍‌ ୩.୪୦ରେ ଶ୍ରୀହରିକୋଟାର ସତୀଶ ଧାୱନର ଲଞ୍ଚପ୍ୟାଡ୍‌ରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ଲଞ୍ଚର ୫ ମିନିଟ୍‌ ପରେ CMS-01 କକ୍ଷ ପଥରେ ଅବସ୍ଥାପିତ ହୋଇଛି ଓ ମିଶନ ସଫଳ ହୋଇଥିବା ଇସ୍ରୋର ମୁଖ୍ୟ ଡା ଏସକେ […]

yh

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 06:43 PM IST

ନୂଆଦିଲ୍ଲୀ: ପୁଣିଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଗୁରୁବାର PSLV-C50 ମାଧ୍ୟମରେ ଇସ୍ରୋ କମ୍ୟୁନିକେସ ସ୍ୟାଟେଲାଇଟ CMS-01ର ଉତକ୍ଷେପଣ କରିଛି। ମହମାରୀ କରୋନା ସମୟରେ ଚଳିତ ବର୍ଷ ଇସ୍ରୋର ଏହା ଦ୍ୱିତୀୟ ମହାକାଶ ମିଶନ।

ଆଜି ଅପରାହ୍ନ ଠିକ୍‌ ୩.୪୦ରେ ଶ୍ରୀହରିକୋଟାର ସତୀଶ ଧାୱନର ଲଞ୍ଚପ୍ୟାଡ୍‌ରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ଲଞ୍ଚର ୫ ମିନିଟ୍‌ ପରେ CMS-01 କକ୍ଷ ପଥରେ ଅବସ୍ଥାପିତ ହୋଇଛି ଓ ମିଶନ ସଫଳ ହୋଇଥିବା ଇସ୍ରୋର ମୁଖ୍ୟ ଡା ଏସକେ ଶିବନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, PSLV-C50 ପୂର୍ବନିର୍ଦ୍ଧାରିତ କକ୍ଷପଥରେ CMS-01 ଯୋଗାଯୋଗ ସ୍ୟାଟେଲାଇଟ୍‌କୁ ସଫଳତାର ସହ ଅବସ୍ଥାପିତ କରିଛି। ବର୍ତ୍ତମାନ ସ୍ୟାଟେଲାଇଟ୍ ବହୁତ ଭଲ କାମ କରୁଛି ଓ ଆସନ୍ତା ଚାରି ଦିନ ମଧ୍ୟରେ ଏହା ଏକ ନିର୍ଦ୍ଦିଷ୍ଟ ସ୍ଲଟରେ ପହଞ୍ଚିଯିବ।

ସୂଚନାଯୋଗ୍ୟ, ଏହା PSLVର ୫୨ ତମ ମିଶନ। CMS-01 ଇସ୍ରୋର ୪୨ତମ ଯୋଗାଯୋଗ ସ୍ୟାଟେଲାଇଟ୍‌। ଦେଶରେ ଇଣ୍ଟରନେଟ୍‌ ସହ ବିପର୍ଯ୍ୟୟ ପ୍ରଶମନରେ ଏହି ସ୍ୟାଟେଲାଇଟ୍‌ ସହାୟତା କରିବ। ୭ ବର୍ଷ ଧରି CMS-01 କାର୍ଯ୍ୟକ୍ଷମ ରହିବ ବୋଲି ଜଣାପଡ଼ିଛି।

CMS-01 ସ୍ୟାଟେଲାଇଟ ଯୋଗୁ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଆସିବ। ଟିଭି ଚ୍ୟାନେଲ ଗୁଡ଼ିକର ଫିକଚର କ୍ୱାଲିଟିକୁ ବୃଦ୍ଧି କରିବାରେ ମଧ୍ୟ ଏହି ସ୍ୟାଟେଲାଇଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜଣାପଡ଼ିଛି।

Related story