ଇସ୍ରୋ ରଚିଲା ଇତିହାସ, ମହାକାଶରେ ଭାରତର ୧୦୦ତମ ସାଟେଲାଇଟ୍‌

ବିଶାଖାପାଟଣା: ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଇସ୍ରୋ ଆଜି ଉତ୍‌କ୍ଷେପଣ କରିଛି ଦେଶର ୧୦୦ ତମ ସାଟେଲାଇଟ୍। ପିଏସ୍‌ଏଲ୍‌ଭି-ସି ୪୦ ସାହାଯ୍ୟରେ ଏକାଥରେ ୩୧ଟି ସାଟେଲାଇଟ୍‌ ମହାକାଶକୁ ଛଡ଼ାଯାଇଛି। ସକାଳ ୯ଟା ୨୯ ମିନିଟରେ ଶ୍ରୀହରିକୋଟାରୁ ଏଗୁଡ଼ିକୁ ଉତ୍‌କ୍ଷେପଣ କରାଯାଇଥିଲା। ୩୧ଟି ସାଟେଲାଇଟ୍ ମଧ୍ୟରେ ଭାରତର କାଟ୍ରୋସାଟ୍-୨ ସିରିଜ୍‌ର ଗୋଟିଏ ସାଟେଲାଇଟ୍ ଏବଂ ଗୋଟିଏ ଲେଖାଏଁ ମାଇକ୍ରୋ ଓ ନାନୋ ସାଟେଲାଇଟ୍ ରହିଛି।  ବାକି ୨୮ଟି ବିଦେଶୀ […]

isro

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 11:09 AM IST

ବିଶାଖାପାଟଣା: ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଇସ୍ରୋ ଆଜି ଉତ୍‌କ୍ଷେପଣ କରିଛି ଦେଶର ୧୦୦ ତମ ସାଟେଲାଇଟ୍। ପିଏସ୍‌ଏଲ୍‌ଭି-ସି ୪୦ ସାହାଯ୍ୟରେ ଏକାଥରେ ୩୧ଟି ସାଟେଲାଇଟ୍‌ ମହାକାଶକୁ ଛଡ଼ାଯାଇଛି। ସକାଳ ୯ଟା ୨୯ ମିନିଟରେ ଶ୍ରୀହରିକୋଟାରୁ ଏଗୁଡ଼ିକୁ ଉତ୍‌କ୍ଷେପଣ କରାଯାଇଥିଲା। ୩୧ଟି ସାଟେଲାଇଟ୍ ମଧ୍ୟରେ ଭାରତର କାଟ୍ରୋସାଟ୍-୨ ସିରିଜ୍‌ର ଗୋଟିଏ ସାଟେଲାଇଟ୍ ଏବଂ ଗୋଟିଏ ଲେଖାଏଁ ମାଇକ୍ରୋ ଓ ନାନୋ ସାଟେଲାଇଟ୍ ରହିଛି।  ବାକି ୨୮ଟି ବିଦେଶୀ ସାଟେଲାଇଟ୍। ସେଗୁଡ଼ିକ ସବୁ କାନାଡ଼ା, ଫିନ୍‌ଲ୍ୟାଣ୍ଡ୍, ଫ୍ରାନ୍ସ, କୋରିଆ, ଇଂଲଣ୍ଡ ଓ ଆମେରିକା ଆଦି ଦେଶର।  ୩୧ଟି ଯାକ ସାଟେଲାଇଟ୍‌ର ମୋଟ ଓଜନ ପ୍ରାୟ ୧, ୩୨୩ କିଲୋଗ୍ରାମ।

ପାଣିପାଗ, ନେଟ୍‌ୱାର୍କ ମନିଟରିଂ ଆଦି କ୍ଷେତ୍ରରେ ବେଶ୍ ସହାୟକ ହେବ କାର୍ଟୋସାଟ୍।  ୨୦୧୮ରେ ଏହା ଭାରତର ପ୍ରଥମ ମହାକାଶ ଅଭିଯାନ।

Related story