ଜଗନ୍‌ଙ୍କ ଦାଦା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଅଧ୍ୟକ୍ଷ ନିଯୁକ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡି ତାଙ୍କ ଦାଦା ତଥା ବରିଷ୍ଠ ୱାଇଏସ୍‌ଆର କଂଗ୍ରେସ ପାର୍ଟି ନେତା ୱାଇଭି ସୁବ୍ବା ରେଡ୍ଡିଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ମନମୋହନ ସିଂହ ଏକ ନିର୍ଦ୍ଦେଶ ଜରିଆରେ ଏହି ନିଯୁକ୍ତି ପତ୍ର ଜାରି କରିଛନ୍ତି। ସୁବ୍ବା ରେଡ୍ଡି ୱାଇଏସ୍‌ଆର କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ ଅଛନ୍ତି ଏବଂ ଆସନ୍ତା ୨୨ ତାରିଖରେ ସେ ଏହି ନୂଆ ଦାୟିତ୍ୱ ନେବେ। ଖୁବ […]

tirupati-

Subrat Kumar Nayak
  • Published: Saturday, 22 June 2019
  • , Updated: 22 June 2019, 05:21 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ୍‌ ରେଡ୍ଡି ତାଙ୍କ ଦାଦା ତଥା ବରିଷ୍ଠ ୱାଇଏସ୍‌ଆର କଂଗ୍ରେସ ପାର୍ଟି ନେତା ୱାଇଭି ସୁବ୍ବା ରେଡ୍ଡିଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ମନମୋହନ ସିଂହ ଏକ ନିର୍ଦ୍ଦେଶ ଜରିଆରେ ଏହି ନିଯୁକ୍ତି ପତ୍ର ଜାରି କରିଛନ୍ତି।

ସୁବ୍ବା ରେଡ୍ଡି ୱାଇଏସ୍‌ଆର କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ ଅଛନ୍ତି ଏବଂ ଆସନ୍ତା ୨୨ ତାରିଖରେ ସେ ଏହି ନୂଆ ଦାୟିତ୍ୱ ନେବେ। ଖୁବ ଶୀଘ୍ର ବୋର୍ଡର ଅନ୍ୟ ସଦସ୍ୟମାନଙ୍କର ନିଯୁକ୍ତି ମଧ୍ୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଟିଟିଡି ଅଧ୍ୟକ୍ଷ ଏକ ସମ୍ମାନଜନକ ଏବଂ କ୍ୟାବିନେଟ୍‌ ପାହ୍ୟାର ପଦବୀ। ଏହି ପଦ ପାଇଁ ସରକାରଙ୍କ ପକ୍ଷରୁ ଜଣେ ବ୍ୟକ୍ତି ମନୋନୀତ ହୋଇଥାନ୍ତି।

Related story