ଜଗନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି କୋର୍ଟ ଗଲେ ସମ୍ପର୍କୀୟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଆଜି ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଜଗନ ମୋହନଙ୍କ ଦାଦାଙ୍କୁ ହତ୍ୟା କରାଯାଇଥିଲା।  ଏଥିରେ ଜଗନଙ୍କ ହାତ ରହିଥିବା ତାଙ୍କ ସମ୍ପର୍କୀୟ ଉଭଣୀ ସୁନିତା ଅଭିଯୋଗ କରିଛନ୍ତି। ଜଗନଙ୍କ ଦାଦା ତଥା ପୂର୍ବତନ ସାଂସଦ ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କ ମୃତଦେହ ତାଙ୍କ ଘର କାଡାପ୍ପାରୁ ଉଦ୍ଧାର ହୋଇଥିଲା। ନିର୍ବାଚନର […]

i

Hemant Lenka
  • Published: Wednesday, 29 January 2020
  • , Updated: 29 January 2020, 04:15 PM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଆଜି ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଜଗନ ମୋହନଙ୍କ ଦାଦାଙ୍କୁ ହତ୍ୟା କରାଯାଇଥିଲା।  ଏଥିରେ ଜଗନଙ୍କ ହାତ ରହିଥିବା ତାଙ୍କ ସମ୍ପର୍କୀୟ ଉଭଣୀ ସୁନିତା ଅଭିଯୋଗ କରିଛନ୍ତି।

ଜଗନଙ୍କ ଦାଦା ତଥା ପୂର୍ବତନ ସାଂସଦ ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କ ମୃତଦେହ ତାଙ୍କ ଘର କାଡାପ୍ପାରୁ ଉଦ୍ଧାର ହୋଇଥିଲା। ନିର୍ବାଚନର ଠିକ ପୂର୍ବରୁ ବିବେକାନନ୍ଦଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ତେବେ ବିବେକାନନ୍ଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଝିଅ ସୁନିତା ଅଭିଯୋଗ କରିବା ସହ ଏଥିପାଇଁ ଜଗନଙ୍କୁ ଦାୟୀ କରିଛନ୍ତି।

ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ସୁନିତା ଦାଖଲ କରିଥିବା ପିଟିସନରେ କହିଛନ୍ତି ଯେ ମୋ ବାପାଙ୍କ ହତ୍ୟା ପଛରେ ଜଗନ ମୋହନ, କାଡାପ୍ପା ସାଂସଦ ୱାଇଏସ ଅଭିନାଶ ରେଡ୍ଡୀ ଓ ତାଙ୍କ ବାପା ଭାସ୍କର ରେଡ୍ଡୀଙ୍କ ହାତ ରହିଛି। ବାପାଙ୍କ ମୃତ୍ୟୁର ତଦନ୍ତ ଏସଆଇଟି କରୁଛି। ହେଲେ ଜଗନ ମୋହନ କ୍ଷମତା ଦଖଲ କରିବା ପରେ କାହିଁକି ଏହାକୁ ସିବିଆଇକୁ ହସ୍ତାନ୍ତର କଲେନାହିଁ?

ହତ୍ୟାକାଣ୍ଡ ବେଳେ ଜଗନ ବିରୋଧୀ ଦଳର ନେତା ଥିଲେ ଓ ସେ ସିବିଆଇ ତଦନ୍ତ ଦାବି କରିଥିଲେ। ସେ ସ୍ଥାନୀୟ ପୁଲିସ୍‌ର ତଦନ୍ତ ଉପରେ ବିଶ୍ୱାସ କରୁ ନଥିଲେ। ହେଲେ ଏବେ କାହିଁକି ସେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି। ତେଣୁ ଜଗନ ଏହି ହତ୍ୟାକାଣ୍ଡକୁ ରଫାଦଫା କରିବାକୁ ଚାହୁଁଛନ୍ତି।”

ବିବେକାନନ୍ଦ ତାଙ୍କ ଘରେ ଏକୁଟିଆ ରହିଥିଲେ। ସେ ୱାଇଏସଆର କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ ହିଁ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହା ପଛରେ ତତ୍କାଳୀନ ଶାସକ ଦଳ ଟିଡିପି ହାତ ଥିବା ଜଗନ ମୋହନ ଅଭିଯୋଗ କରିଥିଲେ।

Related story