ଅହମ୍ମଦାବାଦ: ହୁକ୍କା ବାର୍ ଚଲାଇଲେ ଭୋଗିବାକୁ ପଡ଼ିବ ସର୍ବାଧିକ ୩ ବର୍ଷ ଜେଲ୍ ଦଣ୍ଡ । ଗୁଜରାଟର ହୁକ୍କା ବାର୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅନୁମତି ଦେଇଛନ୍ତି। ଗୃହ ରାଜ୍ୟ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା କହିଛନ୍ତି,“ରାଜ୍ୟ ସରକାର ସିଗାରେଟ୍ ଓ ଅନ୍ୟ ତମାକୁ ଉତ୍ପାଦକୁ ଦୃଷ୍ଟିରେ ରଖି ଏହି ନିୟମକୁ ଗୁଜରାଟ ବିଧାନସଭା ୨୦୧୭ ଫେବୃଆରୀରେ ଜାରି କରାଯାଇଥିଲା। ଏହା ଆଇନର ସିଓଟିପି ଅଧିନିୟମ ରୂପରେ ଗ୍ରହଣ କରାଯାଇଥାଏ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଗୁଜରାଟର ଯୁବକଙ୍କ ନିଶା କବଳରୁ ରକ୍ଷା ପାଇ ପାରିବେ।”
ଏହି ନିୟମ ପାସ୍ ହେବା ପରେ ଯେଉଁ ବ୍ୟକ୍ତି ହୁକ୍କା ଚଲାଉଥିବା ନଜରରେ ଆସିବେ ସରକାର ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସଂଶୋଧନ ଆଇନ ଅନୁସାରେ ଯେଉଁ ବ୍ୟକ୍ତି ହୁକ୍କା ବାର୍ ଚଲାଇବା ସମୟରେ ଧରାପଡ଼ିଲେ ୫୦,୦୦୦ ଟଙ୍କା ଜରିମାନା ସହ ସର୍ବାଧିକ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ହେବ।