କରୋନା ପାଇଁ ଜାମିଆ ଆନ୍ଦୋଳନ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍‌ କମିଟି ଏବଂ ଆଲମ୍ନସ୍‌ ଆସୋସିଏସନ୍‌ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ କୋଅର୍ଡିନେସନ୍‌ କମିଟି ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ଘୋଷଣା କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, “ଅନେକ କୋହ ଏବଂ ଆଶା ନେଇ ଆମେ ସାମୟିକ ଭାବେ ଗେଟ୍‌ ନମ୍ବର […]

corona

Subrat Kumar Nayak
  • Published: Saturday, 21 March 2020
  • , Updated: 21 March 2020, 10:11 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍‌ କମିଟି ଏବଂ ଆଲମ୍ନସ୍‌ ଆସୋସିଏସନ୍‌ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ କୋଅର୍ଡିନେସନ୍‌ କମିଟି ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ଘୋଷଣା କରାଯାଇଛି।

କମିଟି ପକ୍ଷରୁ କୁହାଯାଇଛି, “ଅନେକ କୋହ ଏବଂ ଆଶା ନେଇ ଆମେ ସାମୟିକ ଭାବେ ଗେଟ୍‌ ନମ୍ବର ୭ଠାରେ ଚାଲୁ ରହିଥିବା ୨୪ ଘଣ୍ଟିଆ ବିକ୍ଷୋଭକୁ ବାତିଲ କରୁଛୁ। ଆମେ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରୁଛୁ ଗୁରୁତର ସହ ବିଚାର କରନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।”

ଜାମିଆ ପକ୍ଷରୁ କରାଯାଇଥିବା ଆଉ ଏକ ଟ୍ୱିଟ୍‌ରେ କୁହାଯାଇଛି, “୧୯୪୭ ମସିହା ଦଙ୍ଗା ସମୟରେ ଆମ କ୍ୟାମ୍ପସ୍‌ ଯେତେବେଳେ ଜାଳି ଦିଆଯାଇଥିଲା, ଏହା ଛାତ୍ର ଓ ଶିକ୍ଷକମାନଙ୍କୁ ଶରଣାର୍ଥୀ କ୍ୟାମ୍ପରେ କାମ କରିବାରୁ ରୋକି ପାରିନଥିଲା। ବିଶ୍ୱବିଦ୍ୟାଳୟ ପରେ ଠିକ ହୋଇଯିବ, ପ୍ରଥମେ ମାନବିକତା ଠିକ ହୋଇଯାଉ।”

Related story