ରାଜ୍ୟପାଳଙ୍କ ମୁହଁରେ ଅସାମ୍ୱିଧାନିକ ଭାଷା: ଆତଙ୍କବାଦୀଙ୍କୁ କହିଲେ ନିରୀହ ଲୋକଙ୍କୁ ଛାଡ଼, ଲୁଟେରାଙ୍କୁ ମାର

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରବିବାର ଏକ ସର୍ବସାଧାରାଣ ମିଟିଂରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଜମ୍ମୁ କଶ୍ମୀର ରାଜନୀତି ସରଗରମ ହୋଇଛି। ଆତଙ୍କବାଦୀଙ୍କୁ ଆହ୍ୱାନ କରି ରାଜ୍ୟପାଳ କହିଛନ୍ତି ନିରୀହ ଲୋକଙ୍କୁ ମାର ନାହିଁ। ବରଂ ପାରୁଛ ଯଦି ଯେଉଁ ନେତା ଜମ୍ମୁ କଶ୍ମୀରକୁ ଲୁଟିଛନ୍ତି ସେମାନଙ୍କୁ ମାର। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସାମ୍ୱିଧାନିକ ପଦବୀରେ ଥାଇ ଏଭଳି ଆହ୍ୱାନ ଦେବା କେତେ ଯୁକ୍ତିଯୁକ୍ତି ତାକୁ ନେଇ ଏବେ ପ୍ରଶ୍ନ […]

satya pal mallick

Subhransu Sekhar
  • Published: Monday, 22 July 2019
  • , Updated: 22 July 2019, 01:05 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରବିବାର ଏକ ସର୍ବସାଧାରାଣ ମିଟିଂରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଜମ୍ମୁ କଶ୍ମୀର ରାଜନୀତି ସରଗରମ ହୋଇଛି। ଆତଙ୍କବାଦୀଙ୍କୁ ଆହ୍ୱାନ କରି ରାଜ୍ୟପାଳ କହିଛନ୍ତି ନିରୀହ ଲୋକଙ୍କୁ ମାର ନାହିଁ। ବରଂ ପାରୁଛ ଯଦି ଯେଉଁ ନେତା ଜମ୍ମୁ କଶ୍ମୀରକୁ ଲୁଟିଛନ୍ତି ସେମାନଙ୍କୁ ମାର। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସାମ୍ୱିଧାନିକ ପଦବୀରେ ଥାଇ ଏଭଳି ଆହ୍ୱାନ ଦେବା କେତେ ଯୁକ୍ତିଯୁକ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଆତଙ୍କୀ ଯେଉଁମାନଙ୍କୁ ମାରୁଛନ୍ତି ସେମାନେ ନିରୀହ ଯବାନ ଏବଂ ପୁଲିସ। ତାଙ୍କୁ ମାରିବା ପରିବର୍ତ୍ତେ ଯେଉଁମାନେ କଶ୍ମୀରଙ୍କୁ ଲୁଟିଛନ୍ତି ସେମାନଙ୍କୁ ମାରିବା ପାଇଁ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ। ରାଜ୍ୟରେ ଅନେକ ଦୁର୍ନୀତି ହୋଇଛି। ଯାହାକୁ ନେଇ ସେ ଚିନ୍ତିତ। ତେବେ ନିଜ ଭୁଲ ବୁଝିବା ପରେ କିଛି ସମୟ ପରେ ସେ ସଫେଇ ଦେଇ କହିଛନ୍ତି ଏସବୁ ସେ ରାଗରେ କହିଛନ୍ତି। ହିଂସା କେବେ ସମସ୍ୟାର ସମାଧାନ ନୁହେଁ ବରଂ ଶାନ୍ତି ପ୍ରକ୍ରିୟାରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି। ତେଣୁ ହିଂସା ଛାଡ଼ି ଶାନ୍ତି ପଥରେ ଆଗେଇ ଆସିବାକୁ ଆତଙ୍କବାଦୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ।

ରାଜ୍ୟପାଳଙ୍କ ଏହି ମନ୍ତବ୍ୟ ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା। ସେ କହିଛନ୍ତି ମୋର ଏହି ଟ୍ୱିଟକୁ ସମସ୍ତେ ମନେ ରଖନ୍ତୁ। ଆଗାମୀ ଦିନରେ କୌଣସି ନେତା, ପୂର୍ବତନ ଅଫିସର, କାର୍ଯ୍ୟରତ ଅଫିସର ହତ୍ୟାର ଶିକାର ହୁଅନ୍ତି, ସେଥିପାଇଁ ରାଜ୍ୟପାଳ ସତ୍ୟପାଲ ମଲିକ ଦାୟୀ ରହିବେ।

ସେହିପରି ଜମ୍ମୁ କଂଗ୍ରେସର ପ୍ରମୁଖ ନେତା ଜି.ଏ. ମୀର କହିଛନ୍ତି ରାଜ୍ୟପାଳ ଗୋଟିଏ ସାମ୍ୱିଧାନିକ ପଦଵୀରେ ରହିଛନ୍ତି। ଏଭଳି ସ୍ଥିତିରେ ସେ କଣ ରାଜ୍ୟରେ ଜଙ୍ଗଲ ରାଜକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି? ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ସାମ୍ୱିଧାନ ବିରୋଧୀ ବୋଲି ସେ କହିଛନ୍ତି।

Related story