କଣ୍ଟାକୁ କଣ୍ଟାରେ ଖୋଳିଲା ସେନା: ଭିଡିଓ ଭାଇରାଲ୍‌

ଶ୍ରୀନଗର: କଣ୍ଟାକୁ କଣ୍ଟାରେ ଖୋଳିଲା ସେନା । ପଥର ଆକ୍ରମଣକାରୀଙ୍କ ନିକଟରୁ ବର୍ତ୍ତିବା ପାଇଁ ସେନା ପୁଣି ଥରେ ପଥର ଫିଙ୍ଗାଳିଙ୍କୁ ବ୍ୟବହାର କରିଛି। ଏହାର ଦୃଶ୍ୟକୁ ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ  ପଥର ମାଡ଼ରୁ ବର୍ତ୍ତିବା ପାଇଁ ସେନା କିଛି ପଥର ଫିଙ୍ଗାଳିଙ୍କୁ ଗାଡ଼ି ଆଗରେ ବସାଇଥିବା ଦୃଶ୍ୟମାନ ହୋଇଛି। ଖବର ଅନୁଶାରେ ଦକ୍ଷିଣ କଶ୍ମୀର ପୁଲଓ୍ୱାମା ଜିଲ୍ଲାର ସାମ୍ବୁର ଗାଁରେ ସେନା ସର୍ଚ୍ଚ ଅପରେସନ କରୁଥିଲା। ଏତିକିବେଳେ […]

kashmire-police

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 10:49 PM IST

ଶ୍ରୀନଗର: କଣ୍ଟାକୁ କଣ୍ଟାରେ ଖୋଳିଲା ସେନା । ପଥର ଆକ୍ରମଣକାରୀଙ୍କ ନିକଟରୁ ବର୍ତ୍ତିବା ପାଇଁ ସେନା ପୁଣି ଥରେ ପଥର ଫିଙ୍ଗାଳିଙ୍କୁ ବ୍ୟବହାର କରିଛି। ଏହାର ଦୃଶ୍ୟକୁ ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ  ପଥର ମାଡ଼ରୁ ବର୍ତ୍ତିବା ପାଇଁ ସେନା କିଛି ପଥର ଫିଙ୍ଗାଳିଙ୍କୁ ଗାଡ଼ି ଆଗରେ ବସାଇଥିବା ଦୃଶ୍ୟମାନ ହୋଇଛି।

ଖବର ଅନୁଶାରେ ଦକ୍ଷିଣ କଶ୍ମୀର ପୁଲଓ୍ୱାମା ଜିଲ୍ଲାର ସାମ୍ବୁର ଗାଁରେ ସେନା ସର୍ଚ୍ଚ ଅପରେସନ କରୁଥିଲା। ଏତିକିବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେନା ଗାଡ଼ି ଉପରକୁ ପଥର ଫିଙ୍ଗିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପେଶାଦାର ପଥର ଫିଙ୍ଗାଳିଙ୍କୁ ନେଇ ସେନା ଗାଡ଼ି ସାମ୍ନାରେ ବସାଇଥିଲା। ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ସେନା ଗାଡ଼ି ସାମ୍ନାରେ କିଛି ଯୁବକ ବସିଥିବା ଦେଖାଯାଇଛି।

ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା।  ଆର୍ମି ଗାଡିରେ ଜଣେ ପଥର ପିଙ୍ଗାଳିଙ୍କୁ ବାନ୍ଧି ଚର୍ଚ୍ଚାକୁ ଆସିଥିଲେ ମେଜର ଗୋଗୋଇ। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Related story