ପାକିସ୍ତାନୀ ଗୁପ୍ତଚର ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରୁ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉପରେ ପାକିସ୍ତାନର ସୁରକ୍ଷାକର୍ମୀଙ୍କୁ ସୂଚନା ଦେବା ସଂପର୍କରେ ଅଭିଯୋଗ ରହିଛି। ଅଭିଯୁକ୍ତ ନିକଟରୁ  ଦୁଇଟି ମୋବାଇଲ ଫୋନ, ପାକିସ୍ତାନର ସିମ୍ କାର୍ଡ ଏବଂ ଏକ ମାନଚିତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ନିକଟରୁ ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚରା ଚାଲିଛି। ସେପଟେ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି। ଏଲଓସି ନିକଟସ୍ଥ ମଞ୍ଜାକାଟ ସେକ୍ଟରରେ ପାକିସ୍ତାନ ତରଫରୁ […]

untitled

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 11:31 AM IST

ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରୁ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଉପରେ ପାକିସ୍ତାନର ସୁରକ୍ଷାକର୍ମୀଙ୍କୁ ସୂଚନା ଦେବା ସଂପର୍କରେ ଅଭିଯୋଗ ରହିଛି। ଅଭିଯୁକ୍ତ ନିକଟରୁ  ଦୁଇଟି ମୋବାଇଲ ଫୋନ, ପାକିସ୍ତାନର ସିମ୍ କାର୍ଡ ଏବଂ ଏକ ମାନଚିତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ନିକଟରୁ ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚରା ଚାଲିଛି।

ସେପଟେ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି। ଏଲଓସି ନିକଟସ୍ଥ ମଞ୍ଜାକାଟ ସେକ୍ଟରରେ ପାକିସ୍ତାନ ତରଫରୁ ଗୁଳିଗୋଳା ବର୍ଷଣ ଜାରି ରହିଛି।

Related story