ଆତଙ୍କୀ ହମ୍‌ଲାରେ ୩ ସିଆରପିଏଫ୍‌ ଯବାନ ସହିଦ, ୨ ଆହତ

ଶ୍ରୀନଗର: ଗୋଟିଏ ପଟେ କରୋନା ସହ ଲଢ଼ୁଛି ଦେଶ, ସେପଟେ ଦେଶବାସୀଙ୍କ ସୁରକ୍ଷା ପାଇଁ ପ୍ରାଣବଳି ଦେଇଛନ୍ତି ୩ ଯବାନ। ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଶନିବାର ଏଭଳି ଘଟଣା ଘଟିଛି। ଆତଙ୍କୀ ସଂଗଠନ ଲସ୍କର ଇ ତାଇବା ନିଜକୁ ଏଥିପାଇଁ ଦାୟୀ କରିଛି। ଲସ୍କର ସମର୍ଥନରେ ନୂଆ କରି ଗଠିତ ଜେକେ ଫାଇଟର୍ସ ବ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି କାଣ୍ଡ ଘଟାଇଛି। ବାରମୁଲ୍ଲାର ସୋପୋରଠାରେ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ମିଳିଥିବା ସୂଚନା […]

jk

Subrat Kumar Nayak
  • Published: Saturday, 18 April 2020
  • , Updated: 18 April 2020, 09:58 PM IST

ଶ୍ରୀନଗର: ଗୋଟିଏ ପଟେ କରୋନା ସହ ଲଢ଼ୁଛି ଦେଶ, ସେପଟେ ଦେଶବାସୀଙ୍କ ସୁରକ୍ଷା ପାଇଁ ପ୍ରାଣବଳି ଦେଇଛନ୍ତି ୩ ଯବାନ। ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଶନିବାର ଏଭଳି ଘଟଣା ଘଟିଛି। ଆତଙ୍କୀ ସଂଗଠନ ଲସ୍କର ଇ ତାଇବା ନିଜକୁ ଏଥିପାଇଁ ଦାୟୀ କରିଛି।

ଲସ୍କର ସମର୍ଥନରେ ନୂଆ କରି ଗଠିତ ଜେକେ ଫାଇଟର୍ସ ବ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି କାଣ୍ଡ ଘଟାଇଛି। ବାରମୁଲ୍ଲାର ସୋପୋରଠାରେ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ସିଆରପିଏଫ୍‌ ଏବଂ ପୁଲିସ୍‌ର ମିଳିତ ଟିମ୍‌ ପରେ ନୂରବାଗ୍‌ଠାରେ ମିଳିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତମାନଙ୍କୁ ତୁରନ୍ତ ଏସ୍‌ଡିଏଚ୍‌ ହସ୍ପିଟାଲ ନିଆଯାଇଥିଲା। ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ଆଉ ଜଣେ ଯବାନ ସହିଦ୍‌ ହୋଇଥିବା ସୂଚନା ଆସିଥିଲା।

ଏହି ଘଟଣା ପରେ କର୍ଡନ୍‌ କରି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ୩ ଜଣ ଯବାନ ହେଉଛନ୍ତି, ହେଡ୍‌ କନ୍‌ଷ୍ଟେବଲ୍‌ ରାଜୀବ ଶର୍ମା, କନ୍‌ଷ୍ଟେବଲ୍‌ ଖରାଡେ ଏବଂ କନ୍‌ଷ୍ଟେବଲ୍‌ ସତପାଲ। ଅନ୍ୟପକ୍ଷରେ ହେଡ୍‌ କନ୍‌ଷ୍ଟେବଲ୍‌ ଏମ୍‌ସି ଘୋଷ ଏବଂ ଜାଭେଦ୍‌ ଏଥିରେ ଆହତ ହୋଇଛନ୍ତି।

Related story