ଜମ୍ମୁ-କଶ୍ମୀରରେ ଲୋକଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କାରଣରୁ ଆଜି ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କ ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ପାଳନ ପାଇଁ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି। ପୁଲିସ୍‌ […]

n

Hemant Lenka
  • Published: Monday, 12 August 2019
  • , Updated: 12 August 2019, 04:40 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି କାରଣରୁ ଆଜି ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କ ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ପାଳନ ପାଇଁ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି।

ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି, ଯଦି କୌଣସି ସନ୍ଧିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଆପଣଙ୍କ ନଜରରେ ପଡ଼େ, ତା’ହେଲେ ଆପଣମାନେ ତୁରନ୍ତ ଏହାର ସୂଚନା ସୁରକ୍ଷାକର୍ମୀଙ୍କୁ ଦିଅନ୍ତୁ।

ଏଥିସହ ଲୋକମାନେ ବନ୍ଧୁକ, ବିସ୍ଫୋରକ, ଛୁରୀ, ହାତ ବ୍ୟାଗ, ପଲିଥିନ ବ୍ୟାଗ, ଟ୍ରାଞ୍ଜିଷ୍ଟର, ହ୍ୟାଣ୍ଡ ଫାୟାର ଏକ୍ସଟିଙ୍ଗୁଇଶର, ଷ୍ଟପ ୱାଚ, ଯେକୌଣସି ପ୍ରକାରର ପାଉଡର, ସିଗାରେଟ, ଦିଆସିଲି, ଲାଇଟର, କ୍ୟାମେରା ଭଳି ସମସ୍ତ ପ୍ରକାରର ଆପତ୍ତିଜନକ ଜିନିଷ ସାଙ୍ଗରେ ନ ନେବାକୁ କୁହାଯାଇଛି।

ଯଦି କୌଣସି ସୁରକ୍ଷାକର୍ମୀ କାହାକୁ ପରିଚୟପତ୍ର ମାଗୁଛନ୍ତି, ତା’ହେଲେ ସେମାନେ ଏହାକୁ ଦେଖାଇବାକୁ ବାଧ୍ୟ। ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବାକୁ ଏଥିରେ ନିବେଦନ କରାଯାଇଛି।

Related story