ସୁଧୁରୁନି ପାକିସ୍ତାନ, ଅସ୍ତ୍ରବିରତି ଉଲ୍ଲଂଘନରେ ମହିଳା ମୃତ

ଶ୍ରୀନଗର: କଶ୍ମିରୀଙ୍କ ପାଇଁ ଚିନ୍ତିତ ବୋଲି କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନର ସେନା ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଏହି ମହିଳା ଏଲ୍‌ଓସି ନିକଟବର୍ତ୍ତୀ ଏକ ଜିଲ୍ଲାର ବୋଲି ଜଣାପଡ଼ିଛି। ପାକିସ୍ତାନ ସେନା କଶ୍ମୀରର ପୁଞ୍ଛ ଜିଲ୍ଲା ସୀମାବର୍ତ୍ତୀ ଗାଁଗୁଡ଼ିକୁ ଏଭଳି ଟାର୍ଗେଟ୍‌ କରିଥିଲା। ଏଥିରେ ପୁଞ୍ଛ ଜିଲ୍ଲାର ନୂନା-ବନ୍ଦୀ ଶମୀମା ଅଖତରଙ୍କର ପ୍ରାଣ ଯାଇଥିବା ଜିଲ୍ଲାର ଡେଭଲପ୍‌ମେଣ୍ଟ କମିଶନର୍‌ ରାହୁଲ ଯାଦବ କହିଛନ୍ତି। ପାକିସ୍ତାନର ଏଭଳି […]

army

Subrat Kumar Nayak
  • Published: Tuesday, 15 October 2019
  • , Updated: 15 October 2019, 10:33 PM IST

ଶ୍ରୀନଗର: କଶ୍ମିରୀଙ୍କ ପାଇଁ ଚିନ୍ତିତ ବୋଲି କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାକିସ୍ତାନର ସେନା ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଏହି ମହିଳା ଏଲ୍‌ଓସି ନିକଟବର୍ତ୍ତୀ ଏକ ଜିଲ୍ଲାର ବୋଲି ଜଣାପଡ଼ିଛି।

ପାକିସ୍ତାନ ସେନା କଶ୍ମୀରର ପୁଞ୍ଛ ଜିଲ୍ଲା ସୀମାବର୍ତ୍ତୀ ଗାଁଗୁଡ଼ିକୁ ଏଭଳି ଟାର୍ଗେଟ୍‌ କରିଥିଲା। ଏଥିରେ ପୁଞ୍ଛ ଜିଲ୍ଲାର ନୂନା-ବନ୍ଦୀ ଶମୀମା ଅଖତରଙ୍କର ପ୍ରାଣ ଯାଇଥିବା ଜିଲ୍ଲାର ଡେଭଲପ୍‌ମେଣ୍ଟ କମିଶନର୍‌ ରାହୁଲ ଯାଦବ କହିଛନ୍ତି।

ପାକିସ୍ତାନର ଏଭଳି ଆକ୍ରମଣରେ ୪ଟି ମଇଁଷି ମଧ୍ୟ ପ୍ରାଣ ହରାଇଛନ୍ତି। ଆଜି ସକାଳଠାରୁ ହିଁ ସୀମା ନିକଟବର୍ତ୍ତୀ ଗାଁ ଏବଂ ପୋଷ୍ଟଗୁଡ଼ିକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ।

ଏହା ପୂର୍ବରୁ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା, ପ୍ରାୟ ୯.୩୦ ବେଳକୁ ଏଭଳି ଆକ୍ରମଣ ଆରମ୍ଭ ହୋଇଥିଲା। ପ୍ରାୟ ସମସ୍ତ ଲୋକ ଘରୁ ବାହାରିନଥିଲା।

Related story