ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଘଂନ ଜାରି

ଜମ୍ମୁ: ଜମ୍ମୁ-କାଶ୍ମୀର ସୀମାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରୁ ରାଜୋରୀଠାରେ ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି। ରାତି ପ୍ରାୟ ସାଢେ ୩ଟା ପରେ ମୋର୍ଟାର ମାଡ଼ ବନ୍ଦ ରହିଥିବା ବେଳେ ଗୁଳିଗୋଳା ବର୍ଷଣ ଜାରି ରହିଛି। ପାକିସ୍ତାନୀ ସେନାଙ୍କୁ ଭାରତୀୟ ଯବାନ କଡ଼ା ଜବାବ ଦେଉଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ତରଫରୁ ଏହାକୁ ମିଶାଇ ୩୦ ଥର  ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି। ପୂର୍ବ ମାସରେ ମଧ୍ୟ […]

indiana-rmy

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 02:25 PM IST

ଜମ୍ମୁ: ଜମ୍ମୁ-କାଶ୍ମୀର ସୀମାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାରେ ଲାଗିଛି। ଗତକାଲି ବିଳମ୍ବିତ ରାତିରୁ ରାଜୋରୀଠାରେ ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି। ରାତି ପ୍ରାୟ ସାଢେ ୩ଟା ପରେ ମୋର୍ଟାର ମାଡ଼ ବନ୍ଦ ରହିଥିବା ବେଳେ ଗୁଳିଗୋଳା ବର୍ଷଣ ଜାରି ରହିଛି। ପାକିସ୍ତାନୀ ସେନାଙ୍କୁ ଭାରତୀୟ ଯବାନ କଡ଼ା ଜବାବ ଦେଉଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ତରଫରୁ ଏହାକୁ ମିଶାଇ ୩୦ ଥର  ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି।

ପୂର୍ବ ମାସରେ ମଧ୍ୟ ପାକିସ୍ତାନ ତରଫରୁ ବହୁ ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ସେପ୍ଟେମ୍ବର ୨ରେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ପାଖରେ ଜମ୍ମୁ ଜିଲ୍ଲାର ଅଖନୂର୍ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

ରିପୋର୍ଟ ଅନୁସାରେ ଗତବର୍ଷ ଏଲଓସିରେ ପାକିସ୍ତାନ ତରଫରୁ ୪୦୫ ଥର ଗୁଳିବର୍ଷଣର ସୂଚନା ସାମ୍ନାକୁ ଆସିଥିଲା। ଏଥିରେ ୧୬ ନାଗରିକ ମୃତ୍ୟୁ ବରଣ କରିଥିବା ବେଳେ ୭୧ଜଣ ଆହତ ହୋଇଥିଲେ।

Related story