ଜମ୍ମୁ: ସୀମାରେ ପାକିସ୍ତାନ ସେନାର ପୁଣି ଯୁଦ୍ଧବିରତି ଉଲ୍ଲଂଘନ

ଶ୍ରୀନଗର: ସୀମାରେ ପାକିସ୍ତାନ ପୁଣି କରିଛି ଯୁଦ୍ଧବିରତି ନିୟମ ଉଲ୍ଲଂଘନ। ଜମ୍ମୁ କାଶ୍ମୀରର ଜମ୍ମୁ ଅଞ୍ଚଳରେ ନିୟନ୍ତ୍ରଣରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଚାଲିଛି ଜୋରଦାର ଗୁଳି ବିନିମୟ। ଗତକାଲି ମଧ୍ୟ ରାତ୍ରିରୁ ଜାରି ରହିଛି ଏହି ଗୁଳିବନିମୟ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ  ଗତକାଲି ରାତି ପ୍ରାୟ ୧୨ଟାରୁ ପୁଞ୍ଚର ଶାହପୁର ସେକ୍ଟରରେ ପାକିସ୍ତାନୀ ସେନା ଫ।ୟାରିଂ ଆରମ୍ଭ କରିଥିଲା। ଭାରତୀୟ ସେନାର ଛାଉଣୀ ଓ ପୋଜିସନକୁ ଲକ୍ଷ୍ୟ କରି  […]

jammu

jammu

Rakesh Mallick
  • Published: Monday, 20 July 2015
  • Updated: 20 July 2015, 05:11 AM IST

Sports

Latest News

ଶ୍ରୀନଗର: ସୀମାରେ ପାକିସ୍ତାନ ପୁଣି କରିଛି ଯୁଦ୍ଧବିରତି ନିୟମ ଉଲ୍ଲଂଘନ। ଜମ୍ମୁ କାଶ୍ମୀରର ଜମ୍ମୁ ଅଞ୍ଚଳରେ ନିୟନ୍ତ୍ରଣରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଚାଲିଛି ଜୋରଦାର ଗୁଳି ବିନିମୟ। ଗତକାଲି ମଧ୍ୟ ରାତ୍ରିରୁ ଜାରି ରହିଛି ଏହି ଗୁଳିବନିମୟ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ  ଗତକାଲି ରାତି ପ୍ରାୟ ୧୨ଟାରୁ ପୁଞ୍ଚର ଶାହପୁର ସେକ୍ଟରରେ ପାକିସ୍ତାନୀ ସେନା ଫ।ୟାରିଂ ଆରମ୍ଭ କରିଥିଲା। ଭାରତୀୟ ସେନାର ଛାଉଣୀ ଓ ପୋଜିସନକୁ ଲକ୍ଷ୍ୟ କରି  କ୍ଷୁଦ୍ର ଓ ଅଟୋମେଟିକ୍ ଅସ୍ତ୍ରଶସ୍ତ୍ରରୁ ଗୁଳି ଚାଳନା କରିଥିଲେ ପାକିସ୍ତାନୀ ଯବାନ। ତେବେ ଭାରତୀୟ ଯବାନ ମଧ୍ୟ ଏହାର ଦୃଢ ଜବାବ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ପାକିସ୍ତାନୀ ସେନାର ଗୁଳିମାଡ଼ରେ  ଏହି ଅଞ୍ଚଳର ୫ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

ଚଳିତମାସ ଦ୍ୱିତୀୟ ସପ୍ତାହରେ ରୁଷର ଉଫାଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ସୀମାରେ ଶାନ୍ତି ବଜାୟ ରହିବ ଓ ଆତଙ୍କବାଦ ବିରୋଧରେ ଏହା ଭାରତ ସହିତ ମିଶି କାର୍ଯ୍ୟ କରିବ। କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଥିଲା ପାଣିଫୋଟକା ସଦୃଶ। ଏହି ଆଲୋଚନା ଓ ପ୍ରତିଶ୍ରୁତି ପରଠାରୁ ଏଯାବତ ପାକିସ୍ତାନ ଉଭୟ ଏଲଓସି (ନିୟନ୍ତ୍ରଣ ରେଖା) ଓ ଅନ୍ତର୍ଜାତୀୟ ସୀମାରେଖାଠାରେ ପାକିସ୍ତାନ ସେନା ପ୍ରାୟ ୧୦ ଥର ଯୁଦ୍ଧବିରତି ନିୟମ ଉଲ୍ଲଂଘନ କରି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story