ଜନ୍ମ ଦିନରେ ଫାଶୀଖୁଣ୍ଟରେ ଝୁଲିଲା ୟାକୁବ୍ ମେମନ୍

ମୁମ୍ବାଇ: ୧୯୯୩ ମୁମ୍ବାଇ  ସିରିଜ୍ ବିସ୍ଫୋରଣର ଦୋଷୀ ୟାକୁବ ମେମନର ଫାଶୀକୁ ରଦ୍ଦ କରିବା ଓ ଘୁଞ୍ଚାଇବା ନେଇ ଗତ କିଛି ଦିନ ଧରି ଚାଲିଥିବା ଉଦ୍ୟମ ବ୍ୟର୍ଥ ହୋଇଛି। ଗୁରୁବାର ସକାଳେ ତାକୁ ମହାରାଷ୍ଟ୍ରର ନାଗପୁର ସେଣ୍ଟ୍ରାଲ ଜେଲରେ ଦିଆଯାଇଛି ଫାଶୀ। ସକାଳ ସାଢ଼େ ୬ଟାରେ ତାକୁ ଫାଶୀ ଦିଆଯାଇଥିଲା। ସକାଳ ୭ଟା ୧ ମିନିଟରେ ତା’ର ମୃତ୍ୟୁ ସଂପର୍କିତ ଖବର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଆଜି (ଜୁଲାଇ ୩୦) ହେଉଛି ୟାକୁବର ଜନ୍ମଦିନ। ତା’ର […]

yakub

yakub

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 03:35 AM IST

Sports

Latest News

ମୁମ୍ବାଇ: ୧୯୯୩ ମୁମ୍ବାଇ  ସିରିଜ୍ ବିସ୍ଫୋରଣର ଦୋଷୀ ୟାକୁବ ମେମନର ଫାଶୀକୁ ରଦ୍ଦ କରିବା ଓ ଘୁଞ୍ଚାଇବା ନେଇ ଗତ କିଛି ଦିନ ଧରି ଚାଲିଥିବା ଉଦ୍ୟମ ବ୍ୟର୍ଥ ହୋଇଛି। ଗୁରୁବାର ସକାଳେ ତାକୁ ମହାରାଷ୍ଟ୍ରର ନାଗପୁର ସେଣ୍ଟ୍ରାଲ ଜେଲରେ ଦିଆଯାଇଛି ଫାଶୀ। ସକାଳ ସାଢ଼େ ୬ଟାରେ ତାକୁ ଫାଶୀ ଦିଆଯାଇଥିଲା। ସକାଳ ୭ଟା ୧ ମିନିଟରେ ତା’ର ମୃତ୍ୟୁ ସଂପର୍କିତ ଖବର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଆଜି (ଜୁଲାଇ ୩୦) ହେଉଛି ୟାକୁବର ଜନ୍ମଦିନ। ତା’ର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତା’ପରିବାର ଲୋକେ ଜେଲରେ ପହଞ୍ଚି ସାରିଛନ୍ତି। ମୁମ୍ବାଇରେ ତାକୁ କବର ଦିଆଯିବ। ଏକ ଏୟାର ଆମ୍ବୁଲାନ୍ସରେ ତା’ ଶବକୁ ମୁମ୍ବାଇ ନିଆଯିବ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତା’ଶବ ମୁମ୍ବାଇରେ ପହଞ୍ଚିବ ବୋଲି ଜଣାପଡ଼ିଛି।

[caption id="attachment_19510" align="alignleft" width="300"]yakub ୟାକୁବ ମେମନ୍[/caption]

ୟାକୁବକୁ ଫାଶୀ ଦିଆଯିବା ନେଇ ନାଗପୁର ସେଣ୍ଟ୍ରାଲ ଜେଲରେ ଭୋର ପ୍ରାୟ ୫ଟା ବେଳକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମିଳିଥିବା ଖବର ଅନୁଯାୟୀ ଜେଲରେ ୟାକୁବକୁ ୫ଟା ୩୭ ମିନିଟରେ ନୂଆ ପୋଷାକ ଦିଆଯାଇଥିଲା। ୫ଟା ୪୨ରେ ସେ ଗାଧୋଇ ଥିଲା। ୫ଟା ୪୭ରେ ତାକୁ ଧାର୍ମିକ ପୁସ୍ତକ ପଢ଼ିବା ପାଇଁ ଦିଆଯାଇଥିଲା। ୫ଟା ୫୫ରେ ତାକୁ ଡାକ୍ତରମାନେ ପରୀକ୍ଷା କରିଥିଲେ। ୬ଟା ୧୫ରେ ତାକୁ ଫାଶୀ ଘରକୁ ଅଣାଯାଇଥିଲା। ୬ଟା ୩୦ରେ ଦିଆଯାଇଥିଲା ଫାଶୀ।

ଏହା ପୂର୍ବରୁ ବୁଧବାର-ଗୁରୁବାର ରାତିରେ ୟାକୁବର ଫାଶୀକୁ ରୋକିବାକୁ ଉଦ୍ୟମ କରାଯାଇଥିଲା। ସୁପ୍ରିମକୋର୍ଟ ଫାଶୀ ୱାରେଣ୍ଟ୍ ଉପରେ ରୋକ ଲଗାଇବାକୁ ମନା କରି ଦେବା ପରେ ରାଷ୍ଟ୍ରପତିଙ୍କଠାରେ ହୋଇଥିବା ପୁନଃକ୍ଷମା ଆବେଦନ ବି ଖାରଜ ହୋଇଯାଇଥିଲା। ଏହା ପରେ ଫାଶ ଦଣ୍ଡାଦେଶ ଉପରେ ୧୪ ଦିନ ରୋକ ଲଗାଇବା ପାଇଁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଓ ଇନ୍ଦିରା ଜୟସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଫଳରେ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟର ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ଭୋର ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ଏହାର ଶୁଣାଣି ଚାଲିଥିଲା। ସେଥିପାଇଁ ସୁପ୍ରମିକୋର୍ଟ ମୁଖ୍ୟ ବିଚାରପତି ଏଚ.ଏଲ୍ ଦତ୍ତୁଙ୍କ ବାସଭବନଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏଁ ଦିଲ୍ଲୀ ଚଳଚଞ୍ଚଳ ରହିଥିଲା। ତେବେ ଶେଷରେ କୋର୍ଟ ବରିଷ୍ଠ ଓକିଲମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

କିଏ ଏହି ୟାକୁବ୍ ମେମନ୍?

୧୯୯୩ ମୁମ୍ୱାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ  ଟାଇଗର ମେମନର ସାନଭାଇ ହେଉଛି ୟାକୁବ। ୧୯୬୨ମସିହା ଜୁଲାଇ ୩୦ରେ ମୁମ୍ୱାଇର ବାଇକୁଲା ଅଞ୍ଚଳରେ ତା’ର ଜନ୍ମ। ୧୯୮୬ରେ କମର୍ସରେ ସ୍ନାତକୋତ୍ତର ଡିଗ୍ରୀ ପରେ ୧୯୯୦ରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାସ୍ କରିଥିଲା। ଏହାପରେ ନିଜସ୍ୱ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ଓ ପରେ ଏକ ଏକ୍ସପୋର୍ଟ କମ୍ପାନି ଖୋଲିଥିଲା। ୧୯୯୩ ମୁମ୍ୱାଇ ବିସ୍ଫୋରଣ ଷଡ଼ଯନ୍ତ୍ର ଓ ଏହାକୁ କାର୍ଯ୍ୟକାରୀ କରିବାରେ ସେ ଭାଇ ଟାଇଗର୍ ମେନନକୁ ସହାୟତା କରିଥିଲା। ବିସ୍ଫୋରଣ ଲାଗି ଖର୍ଚ୍ଚ ହୋଇଥିବା ଅର୍ଥ ଯୋଗାଡ଼ରେ ତା’ର ଥିଲା ପ୍ରମୁଖ ଭୂମିକା। ମୁମ୍ୱାଇ ବିସ୍ଫୋରଣର ପୂର୍ବରୁ ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିବା ୧୫ ଯୁବକଙ୍କ ସମସ୍ତ ଖର୍ଚ୍ଚ ସେ ବହନ କରିଥିଲା।

୧୯୯୩ ମୁମ୍ୱାଇ ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହ ୭ଶହରୁ ଅଧିକ ଆହତ ହୋଇଥିଲେ। ଅଣ୍ଡରୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରିଥିବା ଏହି ଷଡ଼ଯନ୍ତ୍ରକୁ ୟାକୁବର ଭାଇ ଟାଇଗର ମେମନ୍, ତା’ ପରିବାରର କିଛି ସଦସ୍ୟ ଓ ଦାଉଦର ଅନ୍ୟ ସହଯୋଗୀ କାର୍ଯ୍ୟକାରୀ କରିଥିଲେ। ଦାଉଦ୍ ଓ ଟାଇଗର ଏବେବି ପାକିସ୍ତାନରେ ଲୁଚି ରହିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story