ଯାନ୍ତ୍ରିକ ତ୍ରୁଟି କାରଣରୁ ଭୋପାଳରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ କୋଚି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ AI035 ଭୋପାଳ ବିମାନ ବନ୍ଦରରେ ଆଜି ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଜରୁରୀ ଅବତରଣ କରିଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।  ବିମାନଟି ଦିଲ୍ଲୀରୁ କୋଚି ଅଭିମୁଖେ ଉଡାଣ କରିବା ପରେ ପାଇଲଟ୍‌କୁ  କାର୍ଗୋ ଅଞ୍ଚଳ ଧୂଆଁଳିଆ ଥିବା ସୂଚନା ଦିଆଯାଇଥିଲା। ସେଥିପାଇଁ ବିମାନଟି ଭୋପାଳରେ ଜରୁରୀ ଅବତରଣ କରିଥିଲା।  ତେବେ ପାଇଲଟକୁ ଦିଆଯାଇଥିବା ସୂଚନା […]

air-india

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 09:08 AM IST

ନୂଆଦିଲ୍ଲୀ: ଦିଲ୍ଲୀରୁ କୋଚି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ AI035 ଭୋପାଳ ବିମାନ ବନ୍ଦରରେ ଆଜି ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଜରୁରୀ ଅବତରଣ କରିଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

 ବିମାନଟି ଦିଲ୍ଲୀରୁ କୋଚି ଅଭିମୁଖେ ଉଡାଣ କରିବା ପରେ ପାଇଲଟ୍‌କୁ  କାର୍ଗୋ ଅଞ୍ଚଳ ଧୂଆଁଳିଆ ଥିବା ସୂଚନା ଦିଆଯାଇଥିଲା। ସେଥିପାଇଁ ବିମାନଟି ଭୋପାଳରେ ଜରୁରୀ ଅବତରଣ କରିଥିଲା।

 ତେବେ ପାଇଲଟକୁ ଦିଆଯାଇଥିବା ସୂଚନା ପରେ ଭୁଲ ବୋଲି ଜଣାପଡ଼ିଥିଲା।

Related story