ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆଜି ଜାପାନ ମୁହଁ ଖୋଲିଛି। ଲଦାଖ ପ୍ରସଙ୍ଗରେ ଜାପାନ ବନ୍ଧୁ ଭାରତକୁ ସମର୍ଥନ କରିଥିବା ବେଳେ ଚାଇନାକୁ ପରୋକ୍ଷରେ ବିରୋଧ କରିଛି। ଜାପାନ କହିଛି ଯେ ଦୁଇ ଦେଶ ବୁଝାମଣା ଭିତ୍ତିରେ ବିବାଦର ସମାଧାନ ପାଇଁ ସଂକଳ୍ପ ପାରିତ କରିବା ଦରକାର। ସେହିପରି ଏଲଏସିର ଷ୍ଟାସ କୋ ବଦଳାଇବା ଘଟଣାକୁ ଜାପାନ ଜୋରଦାର ବିରୋଧ କରୁଛି ବୋଲି ଟୋକିଓ କହିଛି। ଗଲୱାନ ଉପତ୍ୟକା […]

u

Hemant Lenka
  • Published: Friday, 03 July 2020
  • , Updated: 03 July 2020, 08:57 PM IST

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆଜି ଜାପାନ ମୁହଁ ଖୋଲିଛି। ଲଦାଖ ପ୍ରସଙ୍ଗରେ ଜାପାନ ବନ୍ଧୁ ଭାରତକୁ ସମର୍ଥନ କରିଥିବା ବେଳେ ଚାଇନାକୁ ପରୋକ୍ଷରେ ବିରୋଧ କରିଛି। ଜାପାନ କହିଛି ଯେ ଦୁଇ ଦେଶ ବୁଝାମଣା ଭିତ୍ତିରେ ବିବାଦର ସମାଧାନ ପାଇଁ ସଂକଳ୍ପ ପାରିତ କରିବା ଦରକାର। ସେହିପରି ଏଲଏସିର ଷ୍ଟାସ କୋ ବଦଳାଇବା ଘଟଣାକୁ ଜାପାନ ଜୋରଦାର ବିରୋଧ କରୁଛି ବୋଲି ଟୋକିଓ କହିଛି।

ଗଲୱାନ ଉପତ୍ୟକା ସଂଘର୍ଷ ପରେ ସୀମାରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏଲଏସି ସ୍ଥିତି ସମ୍ପର୍କରେ ଭାରତ ପକ୍ଷରୁ ଜାପାନକୁ ଅବଗତ କରାଯାଇଛି। ଏହାପରେ ଜାପାନର ରାଷ୍ଟ୍ରଦୂତ ସଟୋଶି ସୁଜୁକି ଟ୍ୱିଟ କରି କହିଛନ୍ତି, ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲଙ୍କ ସହ ଭଲ ଭାବେ ଆଲୋଚନା ହୋଇଛି।

ଏଲଏସି ସ୍ଥିତି ବାବଦରେ ସେ ବେଶ ଭଲ ଭାବେ ସବୁ ତଥ୍ୟ ଦେଇଛନ୍ତି। ଭାରତର ସରକାର ବିବାଦର ସମାଧାନ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି, ସେକଥା ମଧ୍ୟ କହିଛନ୍ତି। ଜାପାନ ମଧ୍ୟ ଶାନ୍ତିପୂର୍ଣ୍ଣ ସଂକଳ୍ପ ସପକ୍ଷରେ ରହିଛି। ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ କରିବାର ସମସ୍ତ ଉଦ୍ୟମକୁ ଜାପାନ ଜୋରଦାର ବିରୋଧ କରୁଛି। ସ୍ଥିତାବସ୍ଥା ବଦଳାଇବାକୁ ଜାପାନ କେବେ ହେଲେ ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି।

ମେ’ ମାସ ଆରମ୍ଭରୁ ଭାରତ ଓ ଚାଇନା ସୈନ୍ୟ ସୀମାରେ ମୁହାଁମୁହିଁ ହେଉଛନ୍ତି। ଜୁନ୍‌ ୧୫ରେ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେବେଠାରୁ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

Related story