ଜାପାନରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ

ଟୋକିଓ: ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ୟୁନ ବିୟୁଙ୍ଗ-ସେ ରବିବାର ଜାପାନ ଗସ୍ତରେ ଆସି ଟୋକିଓରେ ପହଞ୍ଚିଛନ୍ତି। ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ  ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜାପାନ ଗସ୍ତ। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ସଂପର୍କ ଏତେ ଭଲ ନଥିଲେ ହେଁ ଏହି ଦୁଇ ରାଷ୍ଟ୍ର ମଧ୍ୟରେ କୁଟନୈତିକ ସଂପର୍କକୁ ୫୦ ବର୍ଷ ପୂରିଛି। ଏହି ଅବସରରେ ଆସନ୍ତାକାଲି (ସୋମବାର) ଟୋକିଓରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସେଥିରେ ଯୋଗ […]

Seoul’s-Foreign-Minister-Yun-Byung-se

Rakesh Mallick
  • Published: Sunday, 21 June 2015
  • , Updated: 04 May 2017, 03:45 PM IST

ଟୋକିଓ: ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ୟୁନ ବିୟୁଙ୍ଗ-ସେ ରବିବାର ଜାପାନ ଗସ୍ତରେ ଆସି ଟୋକିଓରେ ପହଞ୍ଚିଛନ୍ତି। ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ  ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଜାପାନ ଗସ୍ତ। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ସଂପର୍କ ଏତେ ଭଲ ନଥିଲେ ହେଁ ଏହି ଦୁଇ ରାଷ୍ଟ୍ର ମଧ୍ୟରେ କୁଟନୈତିକ ସଂପର୍କକୁ ୫୦ ବର୍ଷ ପୂରିଛି। ଏହି ଅବସରରେ ଆସନ୍ତାକାଲି (ସୋମବାର) ଟୋକିଓରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସେଥିରେ ଯୋଗ ଦେବେ ୟୁନ ବିୟୁଙ୍ଗ-ସେ।

ଆଜି ସେ ଜାପାନରେ ବୈଦେଶିକ ମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ସଂପର୍କରେ ଆଲୋଚନା କରିବେ। ଏହା ସହିତ ସେମାନଙ୍କ ଆଲୋଚନାରେ ଉତ୍ତର କୋରିଆ ଓ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ।

ଆସନ୍ତାକାଲି ୟୁନ ବିୟୁଙ୍ଗ-ସେ ଜାପାନ ପ୍ରଧାନମନ୍ତ୍ରୀ ସିନଜୋ ଆବେଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି।

Related story