ଇସ୍ତଫା ଦେବେ ଜେଡିଏସ୍‌ର ରାଜ୍ୟ ସଭାପତି

ନୂଆଦିଲ୍ଲୀ: କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ୁଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଉଭୟଙ୍କୁ ଜବରଦସ୍ତ ଝଟ୍‌କା ଲାଗିବାକୁ ଯାଉଛି। ତେବେ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଜେଡିଏସ୍‌ ତା’ର ପରାଜୟ ସ୍ୱୀକାର କରି ନେଇଛି। ଏହି ପରାଜୟ ପାଇଁ ଜେଡିଏସ୍‌ର ରାଜ୍ୟସଭାପତି ବିଶ୍ୱନାଥ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ବିଶ୍ୱନାଥ ଆଜି ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କୁ ସାକ୍ଷାତ କରିବେ। ଏହାପରେ ସେ ନିଜ ପଦରୁ […]

jds

Hemant Lenka
  • Published: Thursday, 23 May 2019
  • , Updated: 24 May 2019, 01:34 AM IST

ନୂଆଦିଲ୍ଲୀ: କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ୁଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଉଭୟଙ୍କୁ ଜବରଦସ୍ତ ଝଟ୍‌କା ଲାଗିବାକୁ ଯାଉଛି। ତେବେ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଜେଡିଏସ୍‌ ତା’ର ପରାଜୟ ସ୍ୱୀକାର କରି ନେଇଛି।

ଏହି ପରାଜୟ ପାଇଁ ଜେଡିଏସ୍‌ର ରାଜ୍ୟସଭାପତି ବିଶ୍ୱନାଥ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ବିଶ୍ୱନାଥ ଆଜି ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କୁ ସାକ୍ଷାତ କରିବେ। ଏହାପରେ ସେ ନିଜ ପଦରୁ ଇସ୍ତଫା ଦେବେ।

Related story