କଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଆତଙ୍କୀଙ୍କ ମସୁଧା!

ଶ୍ରୀନଗର: ପୁଲଓ୍ୱାମା ଶୈଳୀରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ଦୁଇ ଆତ୍ମଘାତୀ କାର ଜରିଆରେ ଆତଙ୍କବାଦୀ କଶ୍ମୀର ଭ୍ୟାଲିରେ ରକ୍ତର ହୋଲି ଖେଳିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ରହିଛି। ଗୁଇନ୍ଦା ବିଭାଗ ଏ ନେଇ ସତର୍କ ସୂଚନା ଦେଇଛି। ଆକ୍ରମଣ ପଛରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରହିଥିବା ସୂଚନା ରହିଛି। ମେ’୨୮ରେ ପୁଲଓ୍ୱାମା ଶୈଳୀରେ ଆକ୍ରମଣ ପାଇଁ ଆତଙ୍କୀ ଯୋଜନା କରିଥିଲେ ହେଲେ ସୁରକ୍ଷାକର୍ମୀ ସତର୍କ ରହିଥିବାରୁ ଆତଙ୍କବାଦୀଙ୍କ […]

pulwama

Subhransu Sekhar
  • Published: Thursday, 04 June 2020
  • , Updated: 04 June 2020, 10:00 PM IST

ଶ୍ରୀନଗର: ପୁଲଓ୍ୱାମା ଶୈଳୀରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ଦୁଇ ଆତ୍ମଘାତୀ କାର ଜରିଆରେ ଆତଙ୍କବାଦୀ କଶ୍ମୀର ଭ୍ୟାଲିରେ ରକ୍ତର ହୋଲି ଖେଳିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ରହିଛି। ଗୁଇନ୍ଦା ବିଭାଗ ଏ ନେଇ ସତର୍କ ସୂଚନା ଦେଇଛି। ଆକ୍ରମଣ ପଛରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରହିଥିବା ସୂଚନା ରହିଛି। ମେ’୨୮ରେ ପୁଲଓ୍ୱାମା ଶୈଳୀରେ ଆକ୍ରମଣ ପାଇଁ ଆତଙ୍କୀ ଯୋଜନା କରିଥିଲେ ହେଲେ ସୁରକ୍ଷାକର୍ମୀ ସତର୍କ ରହିଥିବାରୁ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଥିଲା।

ନୌଗାମ, ଶ୍ରୀନଗର ଏବଂ କୁଲଗାମରେ ଥିବା ସୁରକ୍ଷା ବଳୟର କ୍ୟାମ୍ପ ରହିଛି। ଏହି ସ୍ଥାନରେ ଆଇଇଡି ଭର୍ତ୍ତି ଯାନବାହାନ ଯୋଗେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ସୂଚନା ରହିଛି। ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମାନେ ତିନୋଟି କାର ସାହାଯ୍ୟରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ମେ’୨୮ରେ ପ୍ରଥମ ଯୋଜନା ବିଫଳ ହୋଇଛି। ଆଉ ଦୁଇଟି କାର ଏବେ ସକ୍ରିୟ ରହିଥିବା ଗୁଇନ୍ଦା ଜାଣିବାକୁ ପାଇଛି। ଯଦି କାର ଯୋଗେ ଆକ୍ରମଣ ଯୋଜନା ପଣ୍ଡ ହେବ ତା’ହେଲେ ଆତ୍ମଘାତୀ ବୋମା ସାହାଯ୍ୟରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ସୂଚନା ରହିଛି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଶ୍ରୀନଗରର ପନ୍ଥା ଚୌକ ନିକଟରେ ସକ୍ରିୟ ରହିଥାଇପାରନ୍ତି ବୋଲି ମଧ୍ୟ ଆକଳନ କରାଯାଉଛି। କାରଣ ଏହି ସ୍ଥାନରେ ଆଇଟିବିପି ଏବଂ ସିଆରପିଏଫର ବସ ରହୁଛି। ଏହି ଦୁଇ ବସ ଷ୍ଟାଣ୍ଡ ଜାତୀୟ ରାଜପଥରୁ ଅଳ୍ପ ଦୂରରେ ରହିଛି।

Related story