ମୁଖ୍ୟମନ୍ତ୍ରୀଙ୍କ ଘରୁ ଦୁଇଟି ବସ୍‌ରେ ଭର୍ତ୍ତି ହୋଇ ବାହାରିଲେ ବିଧାୟକ, କୁଆଡ଼େ ଯିବେ ଜାଣିନାହାନ୍ତି

ରାଞ୍ଚି: ଝାରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଥିବା ବେଳେ ସରକାରଙ୍କୁ ଘାରିଛି ଘୋଡ଼ା ବେପାର ଭୟ। କାଳେ ସରକାରରେ ଥିବା ବିଧାୟକମାନେ ଅନ୍ୟ ଦଳକୁ ଡେଇଁବେ, ସେଥିପାଇଁ ଆଗୁଆ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡରେ କଂଗ୍ରେସ ସହ  ଜେଏମମର ମେଣ୍ଟ ସରକାର ଥିବା ବେଳେ ଶାସକ ଦଳର ବିଧାୟକମାନଙ୍କୁ ଏକାଠି କରି ସେମାନଙ୍କୁ […]

bus

bus

Tapas Behera
  • Published: Saturday, 27 August 2022
  • Updated: 27 August 2022, 04:22 PM IST

Sports

Latest News

ରାଞ୍ଚି: ଝାରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି। ଯେକୌଣସି ମୁହୂର୍ତ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଥିବା ବେଳେ ସରକାରଙ୍କୁ ଘାରିଛି ଘୋଡ଼ା ବେପାର ଭୟ। କାଳେ ସରକାରରେ ଥିବା ବିଧାୟକମାନେ ଅନ୍ୟ ଦଳକୁ ଡେଇଁବେ, ସେଥିପାଇଁ ଆଗୁଆ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡରେ କଂଗ୍ରେସ ସହ  ଜେଏମମର ମେଣ୍ଟ ସରକାର ଥିବା ବେଳେ ଶାସକ ଦଳର ବିଧାୟକମାନଙ୍କୁ ଏକାଠି କରି ସେମାନଙ୍କୁ ଗୋପନ ସ୍ଥାନକୁ ନିଆଯାଇଛି। ଆଜି ଦୁଇଟି ଲକ୍ସଜରିୟସ ବସ୍‌ରେ ବିଧାୟକମାନଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇଛି। ଏହି ଦୁଇଟି ବସ୍‌ ରାଞ୍ଚି ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରୁ ଯାତ୍ରା ଆରମ୍ଭ କରିଛନ୍ତି। ହେଲେ ବିଧାୟକମାନେ କେଉଁଠାକୁ ଯିବେ, ତାହା ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି, ଏହି ବିଧାୟମାନଙ୍କୁ ପଡ଼ୋଶୀ ପଶ୍ଚିମବଙ୍ଗ କିମ୍ବା ଛତିଶଗଡ଼କୁ ନିଆଯାଇପାରେ।

ଝାରଖଣ୍ଡର ୮୧ଟି ଆସନ ବିଶିଷ୍ଟ ବିଧାନସଭାରେ ଶାସକ ଦଳ ହାତରେ ୪୮ ଜଣ ବିଧାୟକ ଅଛନ୍ତି। ୩୦ ଜଣ ବିଧାୟକ ଥିବା ଜେଏମଏମ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବା ବେଳେ କଂଗ୍ରେସର ୧୮ ଜଣ ସଦସ୍ୟ ମିଶି ରାଜ୍ୟରେ ମେଣ୍ଟ ସରକାର କରିଛନ୍ତି। ଏହି ମେଣ୍ଟରେ ଆରଜେଡିର ଜଣେ ବିଧାୟକ ଥିବା ବେଳେ ବିରୋଧୀ ବିଜେପିର ବିଧାୟକ ସଂଖ୍ୟା ହେଉଛି ୨୬। ଅଫିସ୍‌ ଅଫ ପ୍ରଫିଟ ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ସମ୍ଭାବନା ଥିବା ବେଳେ ଶୁକ୍ରବାର ତାଙ୍କ ବାସଭବନରେ ଏକ ବୈଠକ ବିସିଥିଲା। ଯଦି ସୋରେନଙ୍କ ବିଧାୟକ ପଦ ଯାଏ, ତା’ହେଲେ ପରବର୍ତ୍ତୀ ରଣନୀତି କ’ଣ ହେବ, ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ସୂଚନା ଅନୁଯାୟୀ,  ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦକୁ ନିର୍ବାଚନ କମିଶନ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିଶ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାକୁ ନେଇ ହଟଚମଟ ଲାଗି ରହିଥିବା ବେଳେ ତାଙ୍କୁ ଘାରିଛି ଘୋଡ଼ା ବେପାର ଭୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos