ଜିଓର ନୂଆବର୍ଷ ଉପହାର: ୧୯୯ରେ ମିଳିବ ପ୍ରତିଦିନ 1.2GB ଡାଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନୂଆବର୍ଷ ଉପଲକ୍ଷେ ଦୁଇଟି ଧମାକାଦାର ପ୍ଲାନ ଆଣିଛି। ଯାହା ଅନ୍ୟ ଟେଲିକମ୍ କମ୍ପାନୀଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। କମ୍ପାନୀ ନବବର୍ଷକୁ ଦେଖି ହାପି ନିୟ୍ୟୁ ଇୟର ଅଫର ଆଣିଛି। ଏଥିରେ ୧୯୯ ଓ ୨୯୯ ଟଙ୍କାର ପ୍ଲାନ ରହିଛି, ଯେଉଁଥିରେ୨ଜିବି ଯାଏଁ ଦୈନିକ ଡାଟା ଓ ଅନ୍‌ଲିମିଟେଡ୍ କଲ୍‌ ମିଳିବ। ଆସନ୍ତୁ ଜାଣିବା ଏହି ଦୁଇଟି ପ୍ଲାନ ବିଷୟରେ। ୧୯୯ ପ୍ଲାନ: ଜିଓର ୧୯୯ଟଙ୍କା ପ୍ଲାନ୍‌ରେ ୨୮ ଦିନର ବୈଧତା […]

jio

Rakesh Mallick
  • Published: Saturday, 23 December 2017
  • , Updated: 23 December 2017, 09:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନୂଆବର୍ଷ ଉପଲକ୍ଷେ ଦୁଇଟି ଧମାକାଦାର ପ୍ଲାନ ଆଣିଛି। ଯାହା ଅନ୍ୟ ଟେଲିକମ୍ କମ୍ପାନୀଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। କମ୍ପାନୀ ନବବର୍ଷକୁ ଦେଖି ହାପି ନିୟ୍ୟୁ ଇୟର ଅଫର ଆଣିଛି। ଏଥିରେ ୧୯୯ ଓ ୨୯୯ ଟଙ୍କାର ପ୍ଲାନ ରହିଛି, ଯେଉଁଥିରେ୨ଜିବି ଯାଏଁ ଦୈନିକ ଡାଟା ଓ ଅନ୍‌ଲିମିଟେଡ୍ କଲ୍‌ ମିଳିବ। ଆସନ୍ତୁ ଜାଣିବା ଏହି ଦୁଇଟି ପ୍ଲାନ ବିଷୟରେ।

୧୯୯ ପ୍ଲାନ: ଜିଓର ୧୯୯ଟଙ୍କା ପ୍ଲାନ୍‌ରେ ୨୮ ଦିନର ବୈଧତା ପ୍ରତିଦିନ 1.2GB ଡାଟା ମିଳିବ। ଏଥିସହ ସମସ୍ତ ନେଟୱର୍କକୁ ଅନ୍‌ଲିମିଟେଡ୍ କଲିଂ ଏବଂ ମେସେଜର ସୁବିଧା ମିଳିବ। ଏହା ବ୍ୟତୀତ ଜିଓ ଆପ୍‌ର ମାଗଣା ସବସ୍କ୍ରିପ୍ସନ୍ ମିଳିବ।

୨୯୯ ପ୍ଲାନ: ଏହି ପ୍ଲାନ୍‌ରେ ଆପଣଙ୍କୁ ୨୮ ଦିନ ଯାଏଁ ଦୈନିକ 2GB ଡାଟା ମିଳିବ। ଏଥିସହ ସବୁନେଟୱର୍କୁ ଅନ୍‌ଲିମିଟେଡ୍‌ କଲ୍‌, ମେସେଜ ଓ ଜିଓ ଆପ୍‌ର ଫ୍ରି ସବସ୍କ୍ରିପ୍ସନ୍ ମଧ୍ୟ ମିଳିବ। ଅର୍ଥାତ୍ ମାତ୍ର ୨୯୯ ଟଙ୍କାରେ ଆପଣଙ୍କୁ 456GB ଡାଟା ମିଳିବ।

Related story