୪୮ ଘଣ୍ଟା ପରେ ପାମ୍ପୋର ଏନକାଉଣ୍ଟର ଶେଷ, ୩ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପାମ୍ପୋରରେ ସେନାପକ୍ଷରୁ ଚାଲିଥିବା  ୪୮ ଘଣ୍ଟାର ଏନକାଉଣ୍ଟର ଶେଷ ହୋଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଶ୍ରୀନଗର-ଜମ୍ମୁ ରାଜପଥ କଡରେ ଥିବା ଏକ ପାଞ୍ଚ ମହଲା କୋଠାରେ ଲୁଚି ରହିଥିବା ସମସ୍ତ ତିନିଜଣ ଆତଙ୍କବାଦୀ ସୋମବାର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଅପରେସନ ଦାୟିତ୍ୱରେ ଥିବା ଜଣେ ସେନା ଅଧିକାରି କହିଛନ୍ତି ଯେ, ୪୪ ପ୍ରକୋଷ୍ଠ ବିଶିଷ୍ଟ ଏହି କୋଠାଘରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଯାଞ୍ଚ ବେଳେ ସେଠାରୁ ବହୁ […]

pampore-encounter

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 03:58 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପାମ୍ପୋରରେ ସେନାପକ୍ଷରୁ ଚାଲିଥିବା  ୪୮ ଘଣ୍ଟାର ଏନକାଉଣ୍ଟର ଶେଷ ହୋଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଶ୍ରୀନଗର-ଜମ୍ମୁ ରାଜପଥ କଡରେ ଥିବା ଏକ ପାଞ୍ଚ ମହଲା କୋଠାରେ ଲୁଚି ରହିଥିବା ସମସ୍ତ ତିନିଜଣ ଆତଙ୍କବାଦୀ ସୋମବାର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ଅପରେସନ ଦାୟିତ୍ୱରେ ଥିବା ଜଣେ ସେନା ଅଧିକାରି କହିଛନ୍ତି ଯେ, ୪୪ ପ୍ରକୋଷ୍ଠ ବିଶିଷ୍ଟ ଏହି କୋଠାଘରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଯାଞ୍ଚ ବେଳେ ସେଠାରୁ ବହୁ ପରିମାଣରେ ଗୁଳିଗୋଳା ଜବତ କରାଯାଇଛି।

ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ କମାଣ୍ଡୋ ଫୋର୍ସରୁ ୨ ଜଣ କ୍ୟାପ୍‌ଟେନଙ୍କ ସହ ପାଞ୍ଚଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ୧୨୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

Related story