୨୮ କଶ୍ମୀରୀ ନେତାଙ୍କୁ ସାମୟିକ ଆଶ୍ୱସ୍ତି

ଶ୍ରୀନଗର: ଜମ୍ମୁ କଶ୍ମୀରର ୨୮ କଶ୍ମୀରୀ ନେତାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଯଦିଓ ଏହି ୨୮ ଜଣ ଏବେ ବିଭିନ୍ନ ଜେଲରେ ରହିଛନ୍ତି। ହେଲେ ଜମ୍ମୁ କଶ୍ମୀର ପ୍ରଶାସନ ସେମାନଙ୍କ ଉପରୁ ପିଏସଏ (ଜନ ସୁରକ୍ଷା ଆଇନ) ହଟାଇଛି। ଏହି ୨୮ ଜଣଙ୍କ ମଧ୍ୟରେ କିନ୍ତୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନାହାନ୍ତି। ଯେଉଁ ଲୋକଙ୍କ ଉପରୁ ପିଏସଏ ପ୍ରତ୍ୟାହାର ହୋଇଛି ସେମାନଙ୍କ ମଧ୍ୟରେ କଶ୍ମୀର ବ୍ୟବସାୟୀ ସଂଘ (କେଟିଏମଏଫ) ଏବଂ କଶ୍ମୀର ଇକୋନମିକ […]

omar-abdullah-mehbooba-mufti

Subhransu Sekhar
  • Published: Saturday, 25 April 2020
  • , Updated: 25 April 2020, 06:19 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରର ୨୮ କଶ୍ମୀରୀ ନେତାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଯଦିଓ ଏହି ୨୮ ଜଣ ଏବେ ବିଭିନ୍ନ ଜେଲରେ ରହିଛନ୍ତି। ହେଲେ ଜମ୍ମୁ କଶ୍ମୀର ପ୍ରଶାସନ ସେମାନଙ୍କ ଉପରୁ ପିଏସଏ (ଜନ ସୁରକ୍ଷା ଆଇନ) ହଟାଇଛି। ଏହି ୨୮ ଜଣଙ୍କ ମଧ୍ୟରେ କିନ୍ତୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନାହାନ୍ତି। ଯେଉଁ ଲୋକଙ୍କ ଉପରୁ ପିଏସଏ ପ୍ରତ୍ୟାହାର ହୋଇଛି ସେମାନଙ୍କ ମଧ୍ୟରେ କଶ୍ମୀର ବ୍ୟବସାୟୀ ସଂଘ (କେଟିଏମଏଫ) ଏବଂ କଶ୍ମୀର ଇକୋନମିକ ଆଲାଏନ୍ସ (କେଇଏ)ର ମୁଖିଆ ମହମ୍ମଦ ୟାସିନ ଖାନ ରହିଛନ୍ତି। ଏମାନେ ଏବେ ବିଭିନ୍ନ ଜେଲରେ ଅଛନ୍ତି।

କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି ସରକାର। ଅନେକ ବ୍ୟକ୍ତିଙ୍କୁ ସୁରକ୍ଷା କାରଣରୁ ଅଟକ ରଖିଥିଲେ। ସେଥିମଧ୍ୟରୁ ଅନେକଙ୍କ ଉପରେ ପିଏସଏ ଲାଗୁ କରି ଅଟକ ରଖିଥିଲେ। ଯେଉଁଥିରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ମେହବୁବା ମୁଫତି ଓ ଅନ୍ୟାନ୍ୟ ନେତା ସାମିଲ୍ ଥିଲେ।

ତେବେ ନିକଟରେ ଫାରୁକ ଏବଂ ଉମରଙ୍କୁ ଉପରୁ ପ୍ରଶାସନ ପିଏସଏ ଆଇନ୍ ପ୍ରତ୍ୟାହାର କରିଛି। ଅନେକ ନେତା ଏବେ ବି ଅଟକ ରହିଛନ୍ତି। ଯେଉଁଥିରେ ପିଡ଼ିପି ମୁଖ୍ୟ ମେହବୁବା ମୁଫତି, ନ୍ୟାଶନାଲ କନଫରେନସର ମହାସଚିବ ମହମ୍ମଦ ସାଗର ଏବଂ ପୂର୍ବତନ ମନ୍ତ୍ରୀ ନଇମ ଅଖତର ରହିଛନ୍ତି।

Related story