ଵିଶ୍ଵକପ: ଟିମ ଇଣ୍ଡିଆର ଜର୍ସିକୁ ନେଇ ଯୁଦ୍ଧ
ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଟିମ ଇଣ୍ଡିଆ ପରାସ୍ତ ହୋଇଛି। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫ୍ତି ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ପାକିସ୍ତାନ ଟିମ ସେମିଫାଇନାଲକୁ ଯିବା କଷ୍ଟକର […]
CONTROVERY FOR TEAM INDIA NEW JURSEY
ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଟିମ ଇଣ୍ଡିଆ ପରାସ୍ତ ହୋଇଛି। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫ୍ତି ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ପାକିସ୍ତାନ ଟିମ ସେମିଫାଇନାଲକୁ ଯିବା କଷ୍ଟକର ହୋଇପଡ଼ିବାରୁ ମେହବୁବା ଭାରତୀୟ ଦଳର ନୂଆ ଜର୍ସିକୁ ପରାଜୟର କାରଣ ବୋଲି କହିଛନ୍ତି।
ଗତକାଲି ଭାରତ ମ୍ୟାଚ ହାରିବା ପରେ ମୁଫ୍ତି ମେହବୁବା ଟ୍ୱିଟ କରି କହିଥିଲେ, "ଭାରତ ନୂଆ ଜର୍ସିରେ ପ୍ରଥମ ମ୍ୟାଚ ଖେଳି ଇଂଲଣ୍ଡ ପାଖରୁ ପରାଜିତ ହୋଇଛି। ମ୍ୟାଚ ହାରିବାର କାରଣ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି। କେହି ମୋ ମନ୍ତବ୍ୟକୁ ଅନ୍ଧବିଶ୍ୱାସ ବୋଲି କହିପାରେ କିନ୍ତୁ ଏହା ସତ ଯେ ନୂଆ ଜର୍ସି ପାଇଁ ଭାରତ ହାରିଛି।" ସୂଚନାଯୋଗ୍ୟ ଭାରତ ଇଂଲଣ୍ଡ ପାଖରୁ ହାରିଯିବା ପରେ ପାକିସ୍ତାନ ଟିମ୍ ପାଇଁ ଏବେ ସେମିଫାଇନାଲକୁ ଯିବା କଷ୍ଟକର ହୋଇପଡ଼ିଛି।
ବିଶ୍ୱକପରେ ଇଂଲଣ୍ଡ ଦଳ ସହ ଭାରତର ଜର୍ସି ନୀଳ ହୋଇଥିବାରୁ ଆଇସିସି ବିସିସିଆଇକୁ ଏହି ଗୋଟିଏ ମ୍ୟାଚ ପାଇଁ ଜର୍ସି ବଦଳ କରିବା ପାଇଁ କହିଥିଲା। ଏହାପରେ ନୂଆ ଜର୍ସିର ଶାମ୍ପୁଲ ଆଇସିସି ବିସିସିଆଇକୁ ପଠାଇଥିଲା। ଏହାପରେ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସି ବ୍ୟବହାର କରିଥିଲା।
ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରି ୩୩୭ ରନ କରିଥିଲା। ଏହାପରେ ଭାରତ ୫୦ ଓଭରରେ ୩୦୬ ରନ୍ କରି ପରାଜୟ ସ୍ୱୀକାର କରିଥିଲା।