ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରର ବାହ୍ୟ ଅଞ୍ଚଳରେ ପୁଲିସ୍ ଏକକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ତେବେ ଏହି ଏନକାଉଣ୍ଟରକୁ ନେଇ ବିବାଦ ଦେଖା ଦେଇଛି। ଏନକାଉଣ୍ଟରର କିଛି ଘଣ୍ଟା ପରେ ମୃତକଙ୍କ ପରିବାର ଲୋକେ ଏହାକୁ ଫେକ୍ ଏନକାଉଣ୍ଟର ବୋଲି କହିଛନ୍ତି। ଏହାସହ ପୁଲିସ୍ ନିର୍ଦ୍ଦୋଷଙ୍କୁ ମାରି ସେମାନଙ୍କୁ ଆତଙ୍କବାଦୀ କହୁଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର।
ମୃତକଙ୍କ ମଧ୍ୟରୁ ଜଣେ ପୁଲିସ ଅଧିକାରୀଙ୍କ ପୁଅ ଏବଂ ଜଣେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ବୋଲି ଦାବି କରାଯାଇଛି। ପୁଲିସ୍ ଓ ଆର୍ମି ମିଳିତ ଭାବେ ଏହି ଏନକାଉଣ୍ଟର କରିଛନ୍ତି। ଏ ନେଇ ପୁଲିସ୍ ପକ୍ଷରୁ ଏକ ବୟାନ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଏନକାଉଣ୍ଟରରେ ନିପାତ ହୋଇଥିବା ସମସ୍ତେ ହେଉଛନ୍ତି ଆତଙ୍କବାଦୀ।
ତେବେ ଏମାନଙ୍କ ନାଁ ପୁଲିସ୍ ରେକର୍ଡରେ ଥିବା ଆତଙ୍କୀ ଲିଷ୍ଟରେ ନଥିବା କହିଛି ପୁଲିସ୍। ଏମାନଙ୍କ ମଧ୍ୟରୁ ଦୁଇଜଣ OGC ଅର୍ଥାତ୍ ଆତଙ୍କୀଙ୍କ ସହଯୋଗୀ ଥିବା ପୁଲିସ୍ କହିଛି। ଏହି ଏନକାଉଣ୍ଟର ସ୍ଥାନରୁ ପୁଲିସକୁ ଗୋଟିଏ ରାଇଫଲ୍ ଓ ଦୁଇଟି ପିସ୍ତଲ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।
Politics
ତେଜିଲା ଆପ୍ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ
ଆପ୍ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।