ବଦଳିବ ଜମ୍ମୁ-କଶ୍ମୀର ନିର୍ବାଚନୀ ନକ୍ସା, ପ୍ୟାନେଲ ପାଇଁ କେନ୍ଦ୍ର ଦେଲା ପ୍ରସ୍ତାବ

ଶ୍ରୀନଗର: ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଗଠିତ ହେବ ନୂଆ ନିର୍ବାଚନମଣ୍ଡଳୀ। ଏଥିପାଇଁ ସୋମବାର କେନ୍ଦ୍ର ସରକାର ଏକ କମିଶନ୍ ଗଠନର ପ୍ରସ୍ତାବ ଦେଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜଣେ ସୁପ୍ରିମକୋର୍ଟ ବିଚାରପତି ଏହାର ମୁଖ୍ୟ ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପ୍ରଶାସନରୁ ଜଣେ ଏବଂ ଭାରତୀୟ ନିର୍ବାଚନ କମିଶନରୁ ଜଣେ ଲେଖାଏ ପ୍ରତିନିଧି ରହିବେ। ଗୃହରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଥିବା ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ୨୦୧୯ ଅନୁଯାୟୀ, “ଜମ୍ମୁ-କଶ୍ମୀରର […]

KASHMIR TOURIST

Subrat Kumar Nayak
  • Published: Monday, 17 February 2020
  • , Updated: 17 February 2020, 10:01 PM IST

ଶ୍ରୀନଗର: ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଗଠିତ ହେବ ନୂଆ ନିର୍ବାଚନମଣ୍ଡଳୀ। ଏଥିପାଇଁ ସୋମବାର କେନ୍ଦ୍ର ସରକାର ଏକ କମିଶନ୍ ଗଠନର ପ୍ରସ୍ତାବ ଦେଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜଣେ ସୁପ୍ରିମକୋର୍ଟ ବିଚାରପତି ଏହାର ମୁଖ୍ୟ ଦାୟିତ୍ୱରେ ରହିବେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପ୍ରଶାସନରୁ ଜଣେ ଏବଂ ଭାରତୀୟ ନିର୍ବାଚନ କମିଶନରୁ ଜଣେ ଲେଖାଏ ପ୍ରତିନିଧି ରହିବେ।

ଗୃହରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଥିବା ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ୨୦୧୯ ଅନୁଯାୟୀ, “ଜମ୍ମୁ-କଶ୍ମୀରର ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବୃଦ୍ଧି ହେବ। ପରିସୀମା ନିର୍ଦ୍ଧାରଣ କାମ ହୁଏତ ନିର୍ବାଚନ କମିଶନ କରିପାରନ୍ତି।”

୨୦୧୮ ମସିହା ନଭେମ୍ବର ୨୧ରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ବିଧାନସଭା ଭଙ୍ଗ କରିଥିଲେ। ଏହାର ୬ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା। ତେବେ ଅଗଷ୍ଟ ୫ରେ ୩୭୦ ଧାରା ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ ପରେ ଏହା ଘୁଞ୍ଚିଯାଇଥିଲା।
ଏହା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଥିଲେ, ଜମ୍ମୁ-କଶ୍ମୀରରେ ଆସନ ପରସୀମା ପୁର୍ନନିର୍ଦ୍ଧାରଣ ପରେ ନିର୍ବାଚନ ହେବ। ସେ କହିଥିଲେ, ଜନଜାତି ବହୁଳ ଅଞ୍ଚଳ ଗୁଜ୍ଜର ଏବଂ ବକରୱାଲଙ୍କ ପାଇଁ ସଂରକ୍ଷିତ ହେବ।

ସେ କହିଥିଲେ, ଅଞ୍ଚଳ ଏବଂ ଜନସଂଖ୍ୟା ଅନୁଯାୟୀ ପୁର୍ନଗଠନ ହେବା ଉଚିତ। ଏହା ୩ ଅଞ୍ଚଳ କଶ୍ମୀର, ଜମ୍ମୁ ଏବଂ ଲଦାଖରେ ହେବା ଦରକାର। ଯେଉଁଠାରେ ବି ଭୁଲ କରାଯାଇଥିଲା, ସଂଶୋଧନ ହେବା ଆବଶ୍ୟକ।

Related story