ଜମ୍ମୁ-କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ ଚାକିରି ଓ ଜମି ଅଧିକାର

ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ। […]

jk

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 04:48 PM IST

ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ।

ଏହା ନୂଆ ନିୟମ ଦ୍ୱାରା ସେମାନେ ଜମ୍ମୁ-କଶ୍ମୀରରେ ସରକାରୀ ଚାକିରି ପାଇଁ ଆବେଦନ କରିବାର ସ୍ୱତନ୍ତ୍ର ଅଧିକାର ପାଇବେ। ସ୍ଥାନୀୟ ଲୋକଙ୍କୁ ଏଠାକାର ସ୍ଥାୟୀ ବାସିନ୍ଦାର ଅଧିକାର ମିଳିଲେ ସେମାନେ କେନ୍ଦ୍ର ଶାସିତ ଅଞ୍ଚଳ ଚାକିରି କରିପାରିବେ ଓ ଜମି କିଣା ବିକା କରିପାରିବେ।

ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଏଭଳି ସ୍ଥାୟୀ ଅଧିକାର ସମ୍ପର୍କିତ ଆଇନ ପ୍ରଣୟନ କାର୍ଯ୍ୟ ଜାରି ରହିଛି ଏବଂ ଖୁବଶୀଘ୍ର ଏହାର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ କରିବା ସହ ଏଠାକାର ଲୋକଙ୍କୁ ଜମି କିଣା ଓ ବିକ୍ରି କରିବା ପାଇଁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ମଧ୍ୟ କାଟ ଖାଇଥିଲା।

ଏହାପରେ ଜମ୍ମୁ-କଶ୍ମୀରରେ ଆର୍ଥିକ ପଛୁଆ ଓ ବେକାରୀ ସମସ୍ୟା ଅଧିକ ଥିବାରୁ ଲୋକଙ୍କ ସ୍ଥାୟୀ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଦାବି ହୋଇଥିଲା। ଖାଲି ସେତିକି ନୁହେଁ ଜମ୍ମୁ-କଶ୍ମୀରର ସରକାରୀ ଚାକିରିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ସୁଯୋଗ ମିଳିବା ଦରକାର ମଧ୍ୟ ଅନେକ ମତ ଦେଇଥିଲେ।

Related story