ଜେଏନ୍‌ୟୁ ହିଂସାରେ ମୁଖ୍ୟତଃ ସଭାପତି ଆଈଶି ଓ ବାମପନ୍ଥୀ ଛାତ୍ରଙ୍କ ହାତ ରହିଛି: ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଅଭିଯୋଗ ଆଣିଛି ଜେଏନ୍ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିଲେ। ରବିବାର ଜେଏନ୍‌ୟୁ ହିଂସାକୁ ନେଇ ଦିଲ୍ଲୀ ପୁଲିସ୍‌ ଏଭଳି ମତ ରଖିଛି। ଦିଲ୍ଲୀ ପୁଲିସ୍‌ର ଡିସିପି (କ୍ରାଇମ୍‌) ଜୟ ତିର୍କୀ କହିଛନ୍ତି, ପୁଲିସ୍‌ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍‌ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍‌ କରିଛି। ସେ କହିଛନ୍ତି, […]

JNU

Subrat Kumar Nayak
  • Published: Friday, 10 January 2020
  • , Updated: 10 January 2020, 05:44 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଅଭିଯୋଗ ଆଣିଛି ଜେଏନ୍ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀ ମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିଲେ। ରବିବାର ଜେଏନ୍‌ୟୁ ହିଂସାକୁ ନେଇ ଦିଲ୍ଲୀ ପୁଲିସ୍‌ ଏଭଳି ମତ ରଖିଛି।

ଦିଲ୍ଲୀ ପୁଲିସ୍‌ର ଡିସିପି (କ୍ରାଇମ୍‌) ଜୟ ତିର୍କୀ କହିଛନ୍ତି, ପୁଲିସ୍‌ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍‌ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍‌ କରିଛି। ସେ କହିଛନ୍ତି, ଦିନକ ପୂର୍ବରୁ ସର୍ଭର ରୁମ୍‌ ଭାଙ୍ଗି ଦିଆଯାଇଥିବାରୁ ଦୁର୍ଭାଗ୍ୟବଶତଃ ଆମେ ସିସିଟିଭି ଫୁଟେଜ୍‌ ପାଇପାରିନାହୁଁ। ଆମେ କିଛି ଭାଇରାଲ ଭିଡିଓ ଏବଂ ଅନ୍ୟ ତଦନ୍ତରୁ କିଛି ଜଣଙ୍କୁ ଚିହ୍ନଟ କରିପାରିଛୁ।

ଡିସିପି ତିର୍କୀ କହିଛନ୍ତି, ପୁଲିସ୍‌ ଏଯାଏ କାହାକୁ ଅଟକ ରଖିନି। ଏହି ବ୍ୟକ୍ତିମାନଙ୍କୁ ନୋଟିସ୍‌ କରାଯିବା ସହ ଏହି ଘଟଣାବେଳେ ସେମାନଙ୍କ ଉପସ୍ଥିତି ନେଇ ପଚରାଉଚରା କରାଯିବ।

ସେ ଦିଲ୍ଲୀ ପୁଲିସ୍‌ ଚିହ୍ନଟ କରିଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ସେ କହିଛନ୍ତି ଏଥିରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ସମ୍ପୃକ୍ତ ଥିଲେ। ଅନ୍ୟମାନେ ହେଲେ ବିକାଶ ପଟେଲ (କୋରିଆନ୍‌ ଷ୍ଟଡିଜ୍‌), ପଙ୍କଜ ମିଶ୍ର (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ଚୁନ୍‌ଚୁନ୍‌ କୁମାର (ପୂର୍ବତନ ଜେଏନ୍‌ୟୁ ସଭାପତି), ଯୋଗେନ୍ଦ୍ର ଭରଦ୍ୱାଜ (ପିଏଚ୍‌ଡି, ସଂସ୍କୃତ), ଡୋଲନ୍‌ ସାମନ୍ତରା (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ସୁଚେତା ତାଲୁକଦାର (ସ୍କୁଲ ଅଫ୍‌ ସୋଶାଲ ସାଇନ୍ସ), ପ୍ରିୟ ରଞ୍ଜନ (ସ୍କୁଲ ଅଫ୍‌ ଲାଙ୍ଗୁଏଜ୍‌ ଆଣ୍ଡ କଲଚରାଲ ଷ୍ଟଡିଜ୍‌) ଏବଂ ଭାସ୍କର ବିଜୟ।

ପୁଲିସ୍‌ କହିଛି ସେମାନେ ଅଧିକାଂଶ ବାମପନ୍ଥୀ ଛାତ୍ରଛାତ୍ରୀ। ଦିଲ୍ଲୀ ପୁଲିସ୍‌ ପିଆରଓ ଏମ୍‌ଏସ୍‌ ରାନ୍ଧୱା କହିଛନ୍ତି, କ୍ରାଇମ୍‌ ବ୍ରାଞ୍ଚ ଜେଏନ୍‌ୟୁ ହିଂସା ସମ୍ପର୍କିତ ଅପରାଧିକ ମାମଲାର ତଦନ୍ତ କରୁଛି। କିନ୍ତୁ ଦେଖାଯାଉଛି ଏହି ମାମଲା ସମ୍ପର୍କିତ କିଛି ଭୁଲ ତଥ୍ୟର ପ୍ରଚାର କରାଯାଉଛି।

Related story