ଜେଏନୟୁ ବିବାଦର ଏନଆଇଏ ତଦନ୍ତ ଆବେଦନକୁ ଦିଲ୍ଲୀ କୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଜେଏନୟୁରେ ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ତଦନ୍ତ କରାଇବାକୁ ହୋଇଥିବା ଏକ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ରଞ୍ଜନା ଅଗ୍ନିହୋତ୍ରୀ ନାମକ ଜଣେ ଆଡ୍‌ଭୋକେଟଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରି ବିଚାରପତି ମନମୋହନ କହିଥିଲେ ଯେ ଏବେ ସେ ସମୟ ଆସିନି। ପୋଲିସ୍ ଘଟଣାର ତଦନ୍ତ କରୁଛି। ତେଣୁ ବର୍ତ୍ତମାନ ଏନଆଇଏକୁ ଏହି ଘଟଣାର ତଦନ୍ତ ଭାର ଦେବାର […]

delhi-high-court

Rakesh Mallick
  • Published: Tuesday, 16 February 2016
  • , Updated: 16 February 2016, 04:44 PM IST

ନୂଆଦିଲ୍ଲୀ: ଜେଏନୟୁରେ ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ତଦନ୍ତ କରାଇବାକୁ ହୋଇଥିବା ଏକ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ରଞ୍ଜନା ଅଗ୍ନିହୋତ୍ରୀ ନାମକ ଜଣେ ଆଡ୍‌ଭୋକେଟଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରି ବିଚାରପତି ମନମୋହନ କହିଥିଲେ ଯେ ଏବେ ସେ ସମୟ ଆସିନି। ପୋଲିସ୍ ଘଟଣାର ତଦନ୍ତ କରୁଛି। ତେଣୁ ବର୍ତ୍ତମାନ ଏନଆଇଏକୁ ଏହି ଘଟଣାର ତଦନ୍ତ ଭାର ଦେବାର କୌଣସି ଆବଶ୍ୟକତା ନାହିଁ।

କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ଘଟଣାଟି ଫେବ୍ରୁଆରୀ ୯ ତାରିଖରେ ଘଟିଛି। କୋର୍ଟଙ୍କ ବିଶ୍ୱାସ ଅଛି ଯେ ଦିଲ୍ଲୀ ପୋଲିସ୍ ଏହାର ସମସ୍ତ ଦିଗକୁ ତଦନ୍ତ କରିବ। ଏଭଳି ସ୍ଥିତିରେ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ଦିଲ୍ଲୀ ପୋଲିସ୍‌କୁ ତଦନ୍ତ କରିବାକୁ ଦିଆଯାଉ।

ରଞ୍ଜନା ଗତକାଲି ଅଭିଯୋଗ କରିଥିଲେ ଜେଏନ୍‌ୟୁ ଘଟଣାରେ ଦିଲ୍ଲୀ ପୋଲିସ୍ ଠିକ୍ ଢଙ୍ଗରେ ତଦନ୍ତ କରୁ ନାହିଁ। ଏଣୁ ତଦନ୍ତ ଭାର ଏନ୍‌ଆଇଏକୁ ଦିଆଯିବା ଉଚିତ୍।

ଜେଏନ୍‌ୟୁ ପରିସରରେ ଦଳେ ଛାତ୍ର ସଂସଦର ଆକ୍ରମଣକାରୀ ଅଫଜଲ୍ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବା ସହିତ ଭାରତ ବିରୋଧୀ ନାରା ଦେଇଥିଲେ। ଏହାକୁ ନେଇ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତିଙ୍କୁ ଗିରଫ କରାଯାଇଛି।

Related story