ତେବେ ବିଜେପି ପକ୍ଷରୁ କୁହାଯାଇଛି ଯେ ଏହି ବୈଠକର ଜେଏନ୍ୟୁ ବିବାଦ ସହିତ ସିଧାସଳଖ ସଂପର୍କ ନାହିଁ। ଏହା କେବଳ ଏକ ସଂଯୋଗ ମାତ୍ର। ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିରେ ଜେଏନ୍ୟୁ ପ୍ରସଙ୍ଗ ବି ଅନ୍ତର୍ଭୁକ୍ତ ଥିଲା। ତା’ସହିତ ଆଗାମୀ ବିଧାନସଭା ନିର୍ବାଚନ ଓ ସଂସଦର ବଜେଟ୍ ଅଧିବେଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ, ଜେଏନ୍ୟୁ ପରିସରରେ କିଛି ଛାତ୍ରଛାତ୍ରୀ ସଂସଦ ଆକ୍ରମଣ କରି ଫାଶୀ ଦଣ୍ଡ ପାଇଥିବା ଅଫଜଲ ଗୁରୁ ସମର୍ଥନରେ ଓ ଦେଶ ବିରୋଧରେ ନାରାବାଜି କରିଥିଲେ। ଏହା ପରେ ପୋଲିସ୍ ପକ୍ଷଣୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ କଂଗ୍ରେସ୍ ଓ ବାମ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ଅନ୍ୟପକ୍ଷରେ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ୍ ପୂରା ଠିକ୍ ବୋଲି ଯୁକ୍ତି କରିଛନ୍ତି କେନ୍ଦ୍ର ସରାକାର। ଏହାକୁ ନେଇ ଟଣାଓଟରା ଚାଲିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିରୋଧୀ ଦଳଗୁଡ଼ିକ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ୍ ସୟିଦର ଭାଷା କହୁଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଜେଏନ୍ୟୁରେ ଘଟି ଯାଇଥିବା ବିବାଦୀୟ ଘଟଣା ପଛରେ ଲଶ୍କର-ଇ-ତୋଇବାର ସମର୍ଥନ ରହିଥିଲା। ପରେ ଏହାକୁ ରାଜନୈତିକ ସମର୍ଥନ ମିଳିଥିଲା।